ଭଦ୍ରକ,୩/୧୧ (ସନ୍ଧାନ ନିୟୁଜ) କିଛି ବିଇଡି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ କିପରି ଖେଳି ପାରେ, ତାହାର ଏକ ଦୃଶ୍ୟ ଆଜି ଥାନାରେ ଦେଖି ବାକୁ ମିଳିଛି l ସୂଚନାରୁ ଜଣାଯାଏ ଜିଲ୍ଲା କିଛି ପିଲା ଆରଡ଼ି ଛକରେ ଥିବା ITTP ସଂସ୍ଥା ସହ ଯୋଗାଯୋଗ କରି ରେଗୁଲାର ବିଇଡି ପାଇଁ ଆଡ଼ମିସନ କରିଥିଲେ l କରିବା ସମୟରେ ଆଡ଼ମିସନ ଠାରୁ ଆରମ୍ଭ କରି ସାର୍ଟିଫିକେଟ ଦେବା ପର୍ଯ୍ୟନ୍ତ ମୋଟ 85.000 ଟଙ୍କା ଧାର୍ଯ୍ୟ ହୋଇଥିଲା l ଏହା ଭିତରେ ସେମାନଙ୍କର ରହିବା ଖାଇବା ଓ ଯିବା ଆସିବା ଖର୍ଚ୍ଚ ମିଶିକି ଥିଲା l କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ଆଳ ଦେଖାଇ ପ୍ରତି ପିଲାଙ୍କ ଠାରୁ 1ଲକ୍ଷ 50 ହଜାର ଟଙ୍କା ସଂସ୍ଥାର ମାଲିକ ନେଇସାରି ଥିଲେ ମଧ୍ୟ ସେମାନଙ୍କୁ ସାର୍ଟିଫିକେଟ ଦିଆ ଯାଉନ ଥିଲା l ପରନ୍ତୁ ସେମାନଙ୍କୁ ସାର୍ଟିଫିକେଟ ଦେବା ବଦଳରେ ପୋଲିସର ଧମକ ଦେଇ ଭୟଭୀତ କରାଯାଉଥିଲା l ଫଳରେ ବାଧ୍ୟ ହୋଇ ଆଜି ରୋଜାଲିନ ପଲାଇ, ଦେବଦର୍ଶନ ବିଶ୍ୱାଳ, ଅର୍ପିତା ପରିଡା ଓ ବିଜୟଲଷ୍ମୀ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନେ ନିଜ ଅଭିଭାବକଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପହଁଚି ଉକ୍ତ ସଂସ୍ଥାର ମାଲିକଙ୍କ ନାମରେ ଅଭିଯୋଗ କରିଛନ୍ତି l Report- R Nayak
ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ITTP ସଂସ୍ଥାର ଖେଳ
|
November 3, 2019 |
