ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Spread the love
ବାଲିଗୁଡା, :୧୯/୩/୨୬ (ସନ୍ଧାନ ନ୍ୟୁଜ )  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ  ସଭାରେ ମୁଖ୍ୟ ଅତିଥି ଭାବେ ଟିକାବାଲି ବିଡ଼ିଓ ଵିଷ୍ଣୁ ଗୋବିନ୍ଦ ଯୋଗ ଦେଇ ସରକାର ଯେଉଁ ଆଭିମୁଖ୍ୟ ନେଇ ଏହି ତାଲିମ ଶିବିର ଆୟୋଜନ କରିଛନ୍ତି ତାହା ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖି ସଶକ୍ତ ହେଲେ ଦେଶ ସଶକ୍ତ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଟିକାବାଲି ଥାନାର ସବ ଇନ୍ସପେକ୍ଟର ଅବନୀ ପ୍ରଧାନ , ଅଧ୍ୟାପକ ଵିଷ୍ଣୁ ପ୍ରସାଦ ରଥ , ବନମାଳୀ ବେହେରା , ନରେନ୍ଦ୍ର ଦିଗାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଆଧ୍ୟାପିକା ସ୍ମୃତିରେଖା ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରତନ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ, ତୁଷାରକାନ୍ତ ପଣ୍ଡା , ରାହୁଲ ପ୍ରଧାନ , ବରିଷ୍ଠ କାର୍ଯ୍ୟାଳୟ ଅଧିକାରୀ ମନୋଜ କୁମାର ଭୋଇ ,ଆଧ୍ୟାପିକା ନିବେଦିତା ଭୋଇ , ଚମ୍ପା ସୋରେନ , ସଂଘମିତ୍ରା ଦାସ , ଅଙ୍କିତା ପ୍ରିୟଦର୍ଶିନୀ , ମିସ୍ ମିରମ୍ବିକା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment