ଛାତ୍ରଛାତ୍ରୀଙ୍କୁ ଅଶାଳିନ ବ୍ୟବହାର କରି ଦୁଇ ଅଧ୍ୟାପକ ଥାନାରେ ଅଟକ
ଛାତ୍ରଛାତ୍ରୀଙ୍କୁ ଅଶାଳିନ ବ୍ୟବହାର କରି ଦୁଇ ଅଧ୍ୟାପକ ଥାନାରେ ଅଟକ
Sandhan News |
October 29, 2021 |
![](https://sandhannews.com/wp-content/uploads/2021/10/WhatsApp-Image-2021-10-29-at-19.40.33.jpeg)
ଭଦ୍ରକ, ୨୯/୧୦ (ସନ୍ଧାନ ନିଉଜ) ଭଦ୍ରକ ଜିଲ୍ଲା ଆଞ୍ଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟର ପଲ୍ଲୀ ଛାତ୍ର ଛାତ୍ରୀ ମାନେ ଦୁଇ ଅଧ୍ୟାପକଙ୍କ ବିରୁଦ୍ଧରେ ଆଶାଳିନ ବ୍ୟବହାର କରିଥିବାର ଅଭିଯୋଗ ଆଣି ଥାନାରେ ଏତଲା କରିଛନ୍ତି । ଏତଲା କୁ ଆଧାର କରି ସାବରଙ୍ଗ ପୋଲିସ ଦୁଇ ଅଭିଯୁକ୍ତ ଅଧ୍ୟାପକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମହାବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ ଅଧ୍ୟାପକ ଗୋକୁଳାନନ୍ଦ ପେଡାଙ୍କ ଘରକୁ ପାଠ ବୁଝିବାକୁ ନିୟମିତ ଯାଆନ୍ତି । କିନ୍ତୁ ଏହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଲଳିତ ମୋହନ ନାୟକ , ରଘୁନାଥ ନାୟକ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ନିକଟରେ ଗୋକୁଳାନନ୍ଦ ପେଡାଙ୍କ ବିରୋଧରେ ଅଭିଯୋଗ କରିଲେ । ପରେ ପେଡାସାର ଛାତ୍ରଛାତ୍ରୀ ମାନଙ୍କୁ ଏହି ଅଭିଯୋଗ ବିଷୟରେ ଜଣାଇବାରୁ , ଛାତ୍ର ଛାତ୍ରୀ ମାନେ ଅଧ୍ୟକ୍ଷଙ୍କୁ ପେଡ଼ା ସାର ଆମକୁ ଅଧିକ ପାଠ ପଢିବା ପାଇଁ ବିନାମୂଲ୍ୟରେ ସହଯୋଗ କରୁଛନ୍ତି ବୋଲି ଜଣାଇଥିଲେ । ଏହି ବିଷୟକୁ ନେଇ ଉପରୋକ୍ତ ଦୁଇ ଅଧ୍ୟାପକ ଛାତ୍ରଛାତ୍ରୀ ମାନଙ୍କୁ ଅଶିଳଭାଷାରେ ଗାଳି କରିବା ସହିତ ପରିକ୍ଷାରେ ଫେଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାର ପ୍ରତିବାଦରେ ଛାତ୍ର ଛାତ୍ରୀମାନେ ସାବରଙ୍ଗ ଥାନାରେ ଦୁଇ ଅଧ୍ୟାପକଙ୍କ ନାମରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Related Posts
About The Author