ନୂଆଦିଲ୍ଲୀ, ୧୨/୧/୨୦୨୦ (ସନ୍ଧାନ ନିଉଜ) : ଛପାକ ଉପରେ ଲାଗିଲା ରୋକ । ଆଗାମୀ ୧୫ ତାରିଖରୁ ଆଉ ବଡ଼ ପରଦାରେ ଦେଖିବାକୁ ମିଳିବନି ଛପାକ । 10 ଜାନୁଆରୀରେ ବଡ଼ ପରଦାରେ ରିଲିଜ୍ ହୋଇଥିବା ଦୀପିକାଙ୍କ ଫିଲ୍ମ ଛପାକରେ ଦିଲ୍ଲୀ ହାଇକୋର୍ଟ ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ କହିବାନୁଯାୟୀ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍ ନଦେଲେ ଆଗାମୀ ୧୫ ତାରିଖରୁ କୌଣସି ମଲ୍ଟିପ୍ଲେକ୍ସରେ କିମ୍ବା ଲାଇଭ୍ ଷ୍ଟ୍ରିମିଂ ଆଦିରେ ଫିଲ୍ମ ପ୍ରଦର୍ଶନ କରାଯାଇପାରିବ ନାହିଁ । ଅନ୍ୟମାନଙ୍କ ପାଇଁ ଏହି ନିୟମ ୧୭ଜାନୁଆରୀରୁ ଲାଗୁ ହେବ ।
ତେବେ ଏହା ପୂବରୁ ମଧ୍ୟ ପଟ୍ଟିଆଲା ହାଉସ କୋର୍ଟ ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଫ୍ୟାକ୍ସ ଷ୍ଟୁଡିଓ ଓ ମେଘନା ଗୁଜରାଲ ଏହି ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।