ଛପଲପଲ୍ଲୀଠାରେ ଶ୍ରୀବିଗ୍ରହ ପାତାଳି ପ୍ରସଙ୍ଗ

Spread the love

ସନ୍ଧାନ ନିଉଜ୍ /୧୫/୧୧/-୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗଳା ନବାବଙ୍କ ସେନାପତି ଦୁର୍ଘଷ କଳାପାହାଡ ଓଡିଶା ଆକ୍ରମଣ କରିଥିଲା। ତାଙ୍କ ସହ ଶେଷ ସ୍ଵାଧୀନ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କର ଭୀଷଣ ଯୁଦ୍ଧ ହୋଇଥିଲା। ଶେଷରେ ଟିକିରା ଗୋହିରୀଠାରେ ମୁକୁନ୍ଦଦେବ ନିହତ ହୋଇଥିଲେ। କଳାପାହାଡ଼ କଟକ, ଯାଜପୁର, କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ବର୍ବର ଆକ୍ରମଣ କରି ଥିବାର ସୂଚନା ମିଳେ। ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହଙ୍କ ଉପରେ କଳା ପାହାଡ଼ ଦ୍ଵାରା ଆକ୍ରମଣର ସମ୍ବାଦ ପାଇ ସେବକ ଓ ରାଜ କର୍ମଚରୀ ମାନେ ଭାର୍ଗବୀ ନଈ ଯୋଗେ ଚାପରେ ବିଗ୍ରହମାନଙ୍କୁ ବିଜେ କରାଇ ସେଠାରୁ ଚିଲିକାସ୍ଥିତ ଛପଲ୍ଲୀଠାରେ ପାତାଳି କରିଦେଇଥିଲେ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଲୁଟ୍ ଓ ମନ୍ଦିରର ଧ୍ବଂସ ସାଧନ କରିବା ପରେ କୌଣସି ବିଶ୍ଵାସଘାତକ ବ୍ୟକ୍ତିଠାରୁ ସୂଚନା ପାଇ କଳାପାହାଡ ଚିଲିକା କୂଳସ୍ଥ ଛପଲ୍ଲୀ (କେତେକଙ୍କ ମତରେ ଖପଲ୍ଲୀ, ହାତୀପଡା, ହସ୍ତୀ ପାଟଣା)କୁ ଯାଇ ସେଠାରୁ ପାତାଳି ହୋଇଥିବା ବିଗ୍ରହମାନଙ୍କୁ ଉଦ୍ଧାର ପୂର୍ବକ ହସ୍ତୀ ପିଠିରେ ନେଇ ଗଙ୍ଗାନଦୀ କୂଳକୁ ଯାଇଥିଲା। ତତ୍ପରେ ଅଗ୍ନିରେ ସଂଯୋଗ କରି ଦେବାରେ ସେ ଭୀଷଣ ଅସୁସ୍ଥ ହୋଇପଡିଥିଲା। ସ୍ଥାନୀୟ କାର୍ଜୀମାନଙ୍କ ପରାମର୍ଶକ୍ରମେ ତା’ପୁଅ ସେହି ଅର୍ଦ୍ଧ ଦଗ୍‌ଧ ବିଗ୍ରହଙ୍କୁ ଗଙ୍ଗା ନଦୀରେ ଭସାଇ ଦେଇଥିଲା । ସେହି ସମୟରେ ବୈଷ୍ଣବ ବିଶର ମହାନ୍ତି ବିଗ୍ରହକୁ ଅନୁସରଣ କରି ସେଠାରେ ପହଞ୍ଚି ଅର୍ଥ ଦଗ୍ଧ କଳେବରରୁ ‘ବ୍ରହ୍ମ ପଦାର୍ଥ’କୁ ଉଦ୍ଧାର ପୂର୍ବକ ଏକ ଖୋଳ  ବାଦ୍ୟ ମଧ୍ୟରେ ପୁରାଇ ପାରାଦ୍ଵୀପସ୍ଥ ଗଡ କୁଜଙ୍ଗ ଗ୍ରାମରେ ପହଞ୍ଚୀଥିଲେ ! ସେଠାରେ ଅତ୍ୟନ୍ତ ଗୋପନ ଦୀର୍ଘ ୮ବର୍ଷ କାଳ ବ୍ରହ୍ମଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା !

Related Posts

About The Author

Add Comment