ଛତିଆ ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନରେ ବିଳମ୍ବ ଅଭିଯୋଗ

Spread the love
ବଡଚଣା, ୧୯/୦୬/୨୦୨୧ (ସନ୍ଧାନ ନିଉଜ) : ଆବଣ୍ଟିତ ନହୋଇ  ପଡିରହିଛି  ଛତିଆ ମାର୍କେଟ କମ୍ପ୍ଲେକ୍ସର ବଜାର ଗୃହ, ବର୍ଷ ବର୍ଷ ଧରି ପଞ୍ଚାୟତ ହରାଇଲାଣି ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ। ଉଲ୍ଲେଖ ଥାଉକି, ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ଛତିଆ ହାଇସ୍କୁଲ  ଅନତି ଦୂରରେ   ଦୁଇ ମହଲା ବିଶିଷ୍ଟ ଦୋକାନ ଗୃହ ଆଜକୁ  ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ନିର୍ମାଣ ହୋଇ ଥିବା ବେଳେ  ବଣ୍ଟନ କରା ନ  ଯାଇ ପଡିରହିଛି । ତେବେ ଏହି ନୂତନ ଦୋକାନ ଗୃହ ଗୁଡ଼ିକୁ  ଆବଣ୍ଟନ କରାଯାଇ ନ ଥିବାରୁ ଗ୍ରାମ ପଞ୍ଚାୟତ ଲକ୍ଷାଧିକ ଟଙ୍କା କ୍ଷତି ସହିବା  ସହିତ ପଞ୍ଚାୟତର  ଉନ୍ନତି ରେ  ସହାୟକ ହୋଇ ପାରୁ ନ ଥିବା କହିଛନ୍ତି ସ୍ଥାନୀୟ  ବୁଦ୍ଧିଜୀବି । ସୂଚନାଯୋଗ୍ୟ କି,ବିଗତ ପ୍ରାୟ ୧୦ ବର୍ଷ ହେବ ବଡଚଣା ବ୍ଲକ ପକ୍ଷରୁ ମାର୍କେଟ ଗୃହର ନିର୍ମାଣ କରାଯିବା ସହିତ ଦୋକାନୀ ମାନେ ଏଥିରେ ଉପକୃତ ହେବା ସହିତ ପଞ୍ଚାୟତର   ଆୟ ବୃଦ୍ଧିରେ ଏହା ସହାୟକ ହେବା ନିମନ୍ତେ ଲକ୍ଷ ରଖାଯାଇଥିଲା। ଅବଶ୍ୟ ୯ ଗୋଟି ଷ୍ଟଲ ମଧ୍ଯରୁ ଇତିମଧ୍ୟରେ ଗୋଟିଏ ଷ୍ଟଲ ଭଙ୍ଗାଯାଇ ସେଠାରେ ପହାଚ କରାଯାଇ ଦୁଇ ମହଲା ବିଶିଷ୍ଟ ଷ୍ଟଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।  ତେବେ ବିଭିନ୍ନ ସମୟରେ  ପଞ୍ଚାୟତ ପ୍ରତିନିଧି ତଥା ବର୍ତ୍ତମାନ ର ପଞ୍ଚାୟତ ସରପଞ୍ଚ ଙ୍କ ଆନ୍ତରିକତାର ଅଭାବ କାରଣରୁ  ଏହି  ମାର୍କେଟ କମ୍ପ୍ଲେକ୍ସ ର ବଣ୍ଟନ ନ ହୋଇ ପଡି ରହିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଭାବରେ  କମ୍ପ୍ଲେକ୍ସର ପଛ ପଟ କାନ୍ଥରେ ଫାଟ ସୃଷ୍ଟି ହୋଇ ବିପଦ ସୃଷ୍ଟି କରିବାକୁ ଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। କିନ୍ତୁ  ଘଟଣା ଯାହା ହେଉନା କାହିଁକି, ବର୍ଷ ବର୍ଷ ନିର୍ମିତ ହୋଇ ଥିବା  ମାର୍କେଟ କମ୍ପ୍ଲେକ୍ସର ଆବଣ୍ଟନ ହେଉ ନ ଥିବା କାରଣରୁ  ପ୍ରଗତିର ବହୁ  ପଛରେ ପଞ୍ଚାୟତ ଥିବା କୁହାଯାଇଛି। ତେବେ ଦୀର୍ଘଦିନ ଧରି  ମାର୍କେଟ କମ୍ପ୍ଲେକ୍ସ ପରିତ୍ୟକ୍ତ ଅବସ୍ଥାରେ ଅଦ୍ୟାବଧି ପଡିରହି ଥିବା ବେଳେ,   ମିଶନ ଶକ୍ତି ମହାସଂଘ କୁ ମାର୍କେଟ କମ୍ପ୍ଲେକ୍ସର ଦାୟିତ୍ବ  ହସ୍ତାନ୍ତର କରାଯିବାକୁ ଦାବି କରିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏ ସମସ୍ୟା ଦିଗରେ  ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି  ସଧାରଣରେ ଦାବି ହୋଇଛି ।

Related Posts

About The Author

Add Comment