ଛତିଆ ବିଦ୍ୟାଧରପୁର ଗ୍ରାମରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ; ୨ଅଟକ

Spread the love

ଛତିଆ ୦୨/୧୦ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲାର ଛତିଆ ଅଂଚଳରେ ବାରମ୍ବାର ନକଲି ଜର୍ଧା ଓ ବ୍ରାଉନ ସୁଗାର ଭଳି ନିଶା ଏବଂ ମାଦକ ଦ୍ରବ୍ୟ ଜବତ ହେଉଥିଲେ ମଧ୍ୟ ଏହା କମିବା ବଦଳରେ ଏଭଳି କାର୍ଯ୍ୟ ବଢ଼ିବାରେ ଲାଗିଛି । ବୈରୀ ଥାନା ଅଧିନସ୍ଥ ଛତିଆ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେ ଆଜି ଭୋରରୁ ରାଜ୍ୟ ଝ.ଞ.ୠ ଓ ବୈରୀ ପୋଲିସ୍‌ର ମିଳିତ ଚଙ୍ଘାଉରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ନକଲି ଜର୍ଦ୍ଦା ଜବତ ହେବା ସହିତ୩ ଜଣକୁ ଗିର‘ କରାଯାଇଛି । ଘଟଣାରୁ ପ୍ରକାଶ ଗୋପାଳ କମ୍ପାନୀର ବିଭିନ୍ନ ପାନ ଜର୍ଦ୍ଦା ବିିଦ୍ୟାଧରପୁର ଗ୍ରାମରେ ନକଲି କରି ତିଆରି କରି ଗୋପାଳ ବ୍ରାଣ୍ଡରେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ଜାଣି କମ୍ପାନୀ ଉକ୍ତ ବିଷୟରେ ରାଜ୍ୟ ଏସ୍ ଟି ଏ‘କୁ ଅବଗତ କରାଇଥିଲା । ଆଜି ଭୋରୁ ଏସ୍ ଟି ଏ‘ର ଆଡିସନାଲ ସୁପରିଣ୍ଡେଣ୍ଟ ଅ‘୍ ପୋଲିସ୍ ତେଜରାଜ ପଟେଲଙ୍କ ନେତୃତ୍ୱରେଆଇ ଆଇ ସି ଅଶୋକ କୁମାର, ଏସ୍ ଆଇ ସୁନିତା ପ୍ରଧାନ, ଉର୍ମିଳା ମଲ୍ଲିକ୍ ନଳିନି କୁମାର ଦାସ, ଏଶସ୍‌ଆଇ କ୍ଷିରୋଦ ସାହୂ, ହାବିଲଦାର ୱାସିର ଅହମଦ, ବୈରୀ ଥାନା ଏସ୍ ଆଇ ବିଶ୍ୱଜିତ ବିଶ୍ୱାଳ, ଅ‘ସର ଅଲ୍ଲି ରାଜ, ଯଶୋବନ୍ତ ପାତ ୍ର ପ୍ରମୁଖ ଉକ୍ତ ଗ୍ରାମର ରମେଶ ପାତ୍ର ଗୌରାଙ୍ଗ ପାତ୍ର, ପର୍ଶୁରାମ ସାହୁଙ୍କ ଘରେ ଚଢାଉ କରିଥିଲେ । ଚଢାଉବେଳେ ନକଲି ଜର୍ଦ୍ଦା ପ୍ରସ୍ତୁତ ପାଇଁ ନକଲି ଜର୍ଦ୍ଦା ବସ୍ତା, ପତି, ୍‌, ୬୦୦ ଲି ସେଣ୍ଟ, ୧୦ ଡ୍ରମ୍ ଡବା, ୫ ବସ୍ତା ଖୋଳ ପେଟି ପ୍ରଭୃତି ଜବତ କରିବା ସହିତ କନକ ଗୋପାଳ ବାବା ବ୍ରାଣ୍ଡ ଡବା ଜରି ପ୍ୟାକେଜରେ ଥିବା ନାମୀ ପାନରେ ଦିଆଯାଉଥିବା ନକଲି ଜର୍ଦ୍ଦା ଜବତ କରିଛନ୍ତି । ତଚ୍ଛ୍‌ସହିତ ସିଲ ପାକ୍ ହେଉଥିବା ମେସିନ୍‌, ଉକ୍ତ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଚ୍ଚାପଡିବା ସହିତ ବିଦ୍ୟାଧରପୁର ଗ୍ରାମର ରମେଶ ପାତ୍ର ୪୫ (ଜଙ୍କିଆ) ଗୌରାଙ୍ଗ ପାତ୍ର ୪୦, ପର୍ଶୁରାମ ସାହୁ ୫୬ ବର୍ଷକୁ ଅଟକ ରଖି ପଚରା ଉଚୁରା ଜାରି କରିଛନ୍ତି ।

Related Posts

About The Author

Add Comment