ଛତିଆ ଉଦାସ ଆଶ୍ରମ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

Spread the love

ଚଣ୍ଡିଖୋଲ, ୧୪/୦୪ (ସନ୍ଧାନ ନିୟୁଜ)-ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ଚଣା ଆଦିବାସୀ ସାହି ଓ ନଡ଼ିଆଜୋରୀ ଠାରେ ଛତିଆ ସ୍ଥିତ ଉଦାସ ଆଶ୍ରମ ପ୍ରତିଷ୍ଠାତା ବ୍ରହ୍ମଚାରୀ ରବିନ୍ଦ୍ର ନାଥ ଦାସ ଙ୍କ ତତ୍ତ୍ୱାବଧାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରକାଶ ଯେ, କରୋନାର ଭୟାଭୟ ପରିସ୍ଥିତିକୁ ଆଖିଆଗରେ ରଖି ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଏହି ଆଦିବାସୀ ସାହିର ସମସ୍ତେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । କରୋନା ସଂକ୍ରମଣ ଭୟରେ ସବୁ କାମ ଧନ୍ଦା ବନ୍ଦ ହୋଇଯିବାରୁ ଏହି ସାହିରେ ଲୋକ ମାନେ ଭୋକ ଉପାସରେ ଦୀର୍ଘ ଦିନ ହେବ ରହି ଆସୁଥିଲେ । ଏପରି ଦୁର୍ଦିନ ସମୟରେ ଛତିଆ ଉଦାସ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମଚାରୀ ରବିନ୍ଦ୍ରନାଥ ଦାସ ଆଜି ଏହି ବସ୍ତିରେ ରହୁଥିବା ୪୦ ପରିବାର ଓ ନଡ଼ିଆ ଜୋରୀ ରେ ବାସ କରୁଥିବା ୩୦ ପରିବାରର ପ୍ରାୟ ୪ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଆଶ୍ରମ ପକ୍ଷରୁ ଆଗରୁ ବହୁ ଜନହିତକର କାର୍ଯ୍ୟ କରିଥିବା ନଜିର ଅଛି । ଯଥା, କିଛି ଦିନ ତଳେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ, ପ୍ରତିଦିନ ପା୍ରକୃତିକ ଉପାୟରେ କିଛି ଦିନ ମଜୁରିଆଙ୍କ ରୋଗ ଭଲ କରିବା ଏବଂ ଅସହାୟ ଗରୀବ ଲୋକଙ୍କୁ ଖାଦ୍ୟ ପ୍ରଦା. ଆଧ୍ୟାତ୍ମିକ ମାଧ୍ୟମରେ ପ୍ରତ୍ୟେହ ଲୋକ ମାନଙ୍କୁ ଭଲ ମଣିଷ ହେବା ପାଇଁ ପ୍ରୋଣଣା ଦେଇଥାନ୍ତି । ଏହି କାର୍ଯ୍ୟକ୍ରମରେ ଡିଏସପି ଦୀପକ କୁମାର ଗୋଚ୍ଛାୟତ ଓ ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ବନପାଳ ଶଶୀଭୂଷଣ ବେହେରା, ଡଃ ବିଜୟ କୁମାର ଶତପଥି, ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା, ସରପଞ୍ଚ ଭାଗ୍ୟଧର ପ୍ରଧାନ, ଆଶ୍ରମର ମୁଖ୍ୟ ପ୍ରଚାରକ ସତ୍ୟରଂଜନ ଦାସ, ଶିଷ୍ୟ ଶିବପ୍ରସାଦ ମହାନ୍ତି, ସମରେନ୍ଦ୍ର ମାହାଲା, ଦିଗାମ୍ବର ମହାପାତ୍ର, ପ୍ରସନ୍ନ ବିଶ୍ୱାଳ ପ୍ରମୂଖ ସହଯୋଗ କରିଥିଲେ । ଶେଷରେ ଆଶ୍ରମ ପକ୍ଷରୁ, ଡିଏସପି ଓ ବଡ଼ଚଣା ଥାନା ଅଧିକାରୀ ମିଳିତ ଭାବେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକ ମାନଙ୍କୁ ସଚେତନର ବାର୍ତ୍ତା ଦେଇଥିଲେ ।

Related Posts

About The Author

Add Comment