ଛତିଆ, ୪/୭ (ସନ୍ଧାନ ନିଉଜ) ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଦ୍ବିତୀୟ ଶ୍ରୀକ୍ଷେତ୍ର ଛତିଆରେ ମହାସମାରୋହରେ ପାଳିତ ହୋଇଯାଇଛି।ବିଶ୍ବର ଏକ ମାତ୍ର ରଥ ଯାହାକି୧୧ କିଲୋମିଟର ଜାତୀୟ ରାଜପଥ ଅତିକ୍ରମ କରି ବଡ଼ଘୁମୁରି ମାଉସୀ ମା ଘରକୁ ତିନି ଦିୟଁ ଗମନ କରିଥାନ୍ତି।ଏହି ରଥ ଛତିଆ ବାଇପାଏସ୍ ନିକଟସ୍ଥ ମୁଖ୍ୟ ତତ୍ତ୍ୱାବଧାକ ଉପେନ୍ଦ୍ର ଓଝା ରଥରେ ଛେରାପହଁରା କରିଥିଲେ।ଏହି ଯାତ୍ରାରେ ଯାଜପୁର ଜିଲ୍ଲା ପ୍ରଶାସନ ସହିତ ୩ ପ୍ଲାଟୁନ ପୋଲିସ ବ୍ୟାରିକେଡ଼ କରି ସୁଦୀର୍ଘ ରାଜପଥ ଅତିକ୍ରମ କରି ଯାତ୍ରା ଶେଷ କରାଇଥିଲେ।ବହୁ ଶ୍ରଧାଳୁ ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ନଡ଼ିଆ,ତୁଳସୀ, ହୁଳହୁଳି ଦେଇ ଏହି ଘୋଷ ଯାତ୍ରାରେ ସାମିଲ ହୋଇଥିଲେ।
Related Posts
About The Author
Add Comment