ସୁନ୍ଦରଗଡ, ୨୩/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଳି ବ୍ରିଜ ନିକଟରେ ଦୁଇ ବାଇକ (ଓଡ଼ି ୨୩କେ- ୮୪୯୪)ଓ (ଓଡ଼ି -୨୩ବି ୮୯୮୪) ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହେବା ସୂଚନା ମିଲିଛି ।ମୃତକ ଜଣକ ଲେଫ୍ରିପଡାର ଜସକେତନ ପଟ୍ଟା ,ଆଉଜଣେ ଗୁରୁତର ଋଣ ହୋତା ବୋଲି ଜଣାପଡିଛି । ଯସକେଟନ ଓ ରିନା ଦୁହେଁ ଲେଫ୍ରିପଡା ରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ ।ଅନ୍ୟ ବାଇକ ଚାଳକ ହିମଗିର ଥାନା ଅନ୍ତର୍ଗତ ବାକିବାହଲର ସୁଶାନ୍ତ କୁଟୁଆ ବୋଲି ଜଣା ପଡ଼ିଛି । ରୀନା ଓ ଯସକେତନ ଲେଫ୍ରିପଡା କଲେଜ କର୍ମଚାରୀ ବୋଲି ସୂତ୍ରରୁ ଜଣା ପଡ଼ିଛି ।
ଛଟେନପାଲି ବ୍ରିଜ ନିକଟରେ ବାଇକ ଦୁର୍ଘଟଣା,ଜଣେ ମୃତ ଓ ଦୁଇ ଗୁରୁତର
|
July 23, 2021 |
![](https://sandhannews.com/wp-content/uploads/2021/07/IMG_20210723_113940.jpg)