ଚଡ଼େଇଧରା ଫାଣ୍ଡି ନିକଟରୁ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୨୫୦ ଲିଟର ଦେଶୀ ମଦ ସହିତ ଏକ ଇଣ୍ଡିଗୋ କାର ଓ ଦୁଇ ଜଣ ଗିରଫ୍ ,,

Spread the love

ଯାଜପୁର/ ୦୮/୦୯/ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଚଡେଇ ଧରା ଫାଣ୍ଡି ନିକଟବର୍ତ୍ତିରୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ ଟା ସମୟ ହେବ ଏକ କାର ସହ ୨୫୦ ଲିଟର ଦେଶୀ ମଦ ଜବତ କରିବା ସଙ୍ଗେ ୨ ଜଣଚୋରା ମଦ ବେପାରୀଙ୍କୁ ଗିରଫ୍ କରିଛି ଯାଜପୁର ଅବକାରୀ ପୋଲିସର  ଦବଙ୍ଗ ଲେଡି ଅଫିସର ସ୍ୱପ୍ନାରାଣୀ ସାହୁ । ସୂଚନାରୁ ପ୍ରକାଶ ଯାଜପୁରଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ ତାଙ୍କ ସ୍ୱଳ୍ପ ସହଯୋଗୀଙ୍କୁ ନେଇ ଏକ ବ୍ଲୁ ପ୍ରିଣ୍ଟ କରିଥିଲେ ଜେନାପୁର ଥାନାର ଚଡ଼େଇ ଧରା ଫାଣ୍ଡି ଛକ ନିକଟରେ ଜାଲ ପକାଇ ଅପେକ୍ଷା କରିଥିଲେ । କବାଟବନ୍ଧ ବ୍ରହ୍ମଣୀ ସେତୁ ସମ୍ମୁଖରୁ ଏକ ଟାଟା ଇଣ୍ଡିଗୋ ଧଳା କାର ଦୃତଗତିରେ ଆସୁଥିବାର ଦେଖି ସନ୍ଧେହ ହେବାରୁ ତାଙ୍କ ଗାଡିଟିକୁ ରାସ୍ତା ଅବରୋଧ କରିଦେଇଥିଲେ । ଗାଡିଟିକୁ ତଲାସୀ ଦେଖିବାରୁ ସେଥିରେ ୨୫୦ ଲିଟର ଦେଶୀ ମଦ ଓ ଦୁଇ ଜଣ ମଦ ବେପାରୀଙ୍କୁ କାବୁ କରିନେଇଥିଲେ । ସେମାନେ ହେଲେ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ନାରାୟଣ ଆଇଜଙ୍କ ପୁଅ ସୁନୀଲ ଆଇଜ (୩୦) ଏବଂ ସେହି ଗ୍ରାମର ନବ ମଳିକଙ୍କ ପୁଅ ନିର ମଳିକ (୨୧)ବୋଲି ଜଣା ପଡ଼ିଛି । ଏବଂ ଏଥିରେ ବେବହୃତ ହେଉ ଥିବା ଟାଟା ଇଣ୍ଡିଗୋ ଗାଡିଟି ନମ୍ବର  (ଓ ଆର,୦୫ ଏ ଟି,( ୧୫ ୨୭)ଗାଡିଟିକୁ ମଧ୍ୟ ଜବତ କରିଛନ୍ତି । ଚୋରା ଦେଶୀ ମଦ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ ହେବ ବୋଲି  ଅବକାରୀ ଅଧିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାସ ସୂଚନା ଦେଇଛନ୍ତି। ଇନ୍ସପେକ୍ଟର ସ୍ୱପ୍ନା ରାଣୀ ସାହୁ ଯାଜପୁର ଜିଲ୍ଲାରେ ଯୋଗ ଦେବଦିନ ଠାରୁ ଅନେକ ମଦମାଫିଆଙ୍କୁ ସାବାଡ଼ କରିସାରିଲେଣି ,ସେ ପୂର୍ବରୁ ଯେଉଁ ଜାଗାରେ ସବୁ ଥିଲେ ସେଠାରେ ଏମିତି କେତେକ ମାଫିଆଙ୍କ ବ୍ୟାଣ୍ଡ ବଜେଇ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏହି  ମଦ ମାଫିଆ ମାନଙ୍କୁ ଧରିବା ଲାଗି ଯେଉଁ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ ବ୍ଲୁ ପ୍ରିଣ୍ଟ କରିଥିଲେ ଶ୍ରୀମତୀ ସାହୁ,ଏଥିରେ ସହଯୋଗ କରିଥିଲେ ଅବକାରୀ ଇନ୍ସପେକ୍ଟର ସ୍ୱପ୍ନା ରାଣୀ ସାହୁ,  ଏଏସ ଆଇ ,ଯଯାତି କେଶରୀ ପଣ୍ଡା, କନେଷ୍ଟବଳ ଜୟ ପ୍ରକାଶ ବେହୁରିଆ, ରାକେଶ ମୁର୍ମୁ, ସରୋଜ କୁମାର ବେହେରା ପ୍ରମୁଖ ଯୋଗଦେଇ ଥିଲେ, ଆଗକୁ ଆହୁରି ଅନେକ ଚୋରା ମଦ ମାଫିଆ ତାଙ୍କ ଜାଲରେ ପଡ଼ିବେ ବୋଲି ଇନ୍ସପେକ୍ଟର ସ୍ୱପ୍ନା ରାଣୀ ସାହୁ କହିଛନ୍ତି ।।।

Related Posts

About The Author

Add Comment