ରାଉରକେଲା, ୨୭/୧୨ (ସନ୍ଧାନ ନିୟୁଜ): ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଫିକ୍କି(ficci)ର ବୈଠକରେ ଭାଗ ନେବାଥିଲେ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧି ଟିମ୍। ସେଠାରୁ ଫେରିବା ପରେ ଏକ ପ୍ରେସମିଟ୍ କରିଛନ୍ତି ଏହି ପ୍ରତିନିଧିମଣ୍ଡଳୀ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଆଶ୍ବସନା ଦେଇଥିଲେ। କଳକାରଖାନାର ବିକାଶ ପାଇଁ ରାଉରକେଲା ଇସ୍ପାତ କାରଖାନାକୁ ସବୁ ପ୍ରକାର ସହଯୋଗ ସହ ପେଟ୍ରୋଲିୟମ କ୍ଷେତ୍ରରେ ମଧ୍ୟ ସବୁ ପ୍ରକାର ସହଯୋଗ ପ୍ରଦାନ କରାଯିବା ନେଇ ସେ ନେଇ ପ୍ରତିଶ୍ରୃତି ଦେଇଥିଲେ।ଏହି ପ୍ରତିନିଧି ଦଳ ଉପରାଷ୍ଟ୍ରପତିଙ୍କୁ ଦେଖା କରି ସ୍ମାର୍ଟ ସିଟି ଘୋଷଣା ହୋଇଥିବା ରାଉରକେଲାର ଉନ୍ନତି କାର୍ଯ୍ୟ ମନ୍ଥର ଗତିରେ ହେଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।ପ୍ରବୀଣ ଗର୍ଗ, ସୁଦର୍ଶନ ଗୋଏଲ, ସୁନୀଲ କାୟଲ, କେକେ ପୋଦାର, ବିଡ଼ି ଅଗ୍ରୱାଲ, ରାଜେଶ ଗର୍ଗ,ଏମ କୋଠାରି, ଶୁଭମ କପୁର, ପ୍ରଭାତ ତିବ୍ରେବାଲ ତଥା ଧୀରେନ ସେନାପତି ଆଦି ଏହି ପ୍ରତିନିଧିମଣ୍ଡଳୀରେ ସାମିଲ ହୋଇଥିଲେ।//Report- Subodh Nayak
ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧି ଟିମ୍ର ପ୍ରେସମିଟ୍
|
December 27, 2019 |