ଚ୍ଥତିଆ ଡ୍ରାଇଭିଂ ଇନିଷ୍ଟିଚୁ୍ୟଟର ବିକାଶ ପାଇଁ ୩ କୋଟି ଟଙ୍କା ମଞ୍ଜୁର

Spread the love

ଯାଜତ୍ପର, ୨୨/୦୭ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ାର ଚ୍ଥତିଆ ସ୍ଥିତ ହେଭି ମୋଟର ଭେହିକିଲ ଡ୍ରାଇଭିଂ ଟ୍ରେନିଂ ଇନିଷ୍ଟିଚୁ୍ୟଟ୍ କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉନ୍ନତିକରଣ ପାଇଁ ୩,୭୩,୩୧,୫୦୦ ଟଂକା ପ୍ରଦାନ କରାଯାଇଚ୍ଥି ବୋଲି ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ଯାଜପୁର ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କୁ ଅବଗତ କରାଇଚ୍ଥନ୍ତି । ଏହି ଡ୍ରାଇଭିଂ ଇନିଷ୍ଟିଚୁ୍ୟଟ ରାଜ୍ୟର ଏକ ପ୍ରମୁଖ ଓ ଦକ୍ଷତା ବୃଦ୍ଧିରେ ସହାୟକ କେନ୍ଦ୍ର ଭାବେ ଅଭିହିତ କରାଯାଇ ଏହାର ବିକାଶ ପାଇଁ ବ୍ୟବସ୍ଥା କରାଯାଇଚ୍ଥି । ପଂଳରେ ଉନ୍ନତ ମାନର ଦକ୍ଷତା ସଂପନ୍ନ ଡ୍ରାଇଭରମାନେ ଏହି କେନ୍ଦ୍ରରୁ ବାହାରିପାରିବେ । ଯାହା ରାସ୍ତା ଦୁର୍ଘଟଣାକୁ ପ୍ରତିହତ କରିବା ସହ ସଡକ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ଶ୍ରୀ ପାଢୀ ପ୍ରଦତ୍ତ ପତ୍ରରେ ଉଲ୍ଲେଖ କରିଚ୍ଥନ୍ତି । ଏହି ଅର୍ଥକୁ ତୁରନ୍ତ ବିନିଯୋଗ କରି ଏକ ଶ୍ରେଷ୍ଠ ତାଲିମ କେନ୍ଦ୍ର ଭାବେ ପରିଣତ କରିବାକୁ ସଚିବ ଶ୍ରୀ ପାଢୀ ଜିଲ୍ଳ୍ାପାଳଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ମାଧ୍ୟମରେ ଏହି ତାଲିମ କେନ୍ଦ୍ରର ବି.ପି.ଏଲ୍., ଅନୁସୂଚୀତ ଜାତି, ଜନଜାତି, ମହିଳା ଯୁବବର୍ଗ ମାନଙ୍କ ପ୍ରଶିକ୍ଷଣ ପାଇଁ ଏହା ବିଶେଷ ସହାୟକ । ମେସର୍ସ ଅଶୋକ ଲେଲ୍ୟାଣ୍ଡ ଲିଃ ମଧ୍ୟ ଏଥିରେ ତାଲିମ ସହାୟତା ପ୍ରଦାନ କରୁଚ୍ଥନ୍ତି । ତେଣୁ ଏହାର ଉପଯୋଗ ତୁରନ୍ତ କରିବାକୁ ସେ ପରାମର୍ଶ ଦେଇଚ୍ଥନ୍ତି ।

Related Posts

About The Author

Add Comment