ଚୋରୀ ଘଟଣାକୁ ନେଇ କୋର୍ଟରେ ମାମଲା ରୁଜୁ ହେଲା

Spread the love

ଯାଜପୁର, ୦୮/୧୨/୨୦୨୧ (ସନ୍ଧାନ ନିଉଜ) : ଦୋକାନରୁ ସୁନା, ରୁପା, ଟଙ୍କା ଚୋରୀ କରିବାକୁ ନେଇ କୋର୍ଟରେ ମାମଲା ହେବା ଘଟଣା ଏଠାରେ ବିଶ୍ମିତ କରି ଦେଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ସଦର ଥାନା ନିକଟସ୍ଥ ମଣୀବନ୍ଧ ନିକଟରେ ଥିବା ବଜରଙ୍ଗୀ ଛକରେ କରାଯାଇଥିବା ସିଲେଇ କେନ୍ଦ୍ର, ଓମଫେଡ଼ କ୍ଷୀର ଦୋକାନରୁ ନଗଦ ଟଙ୍କା ସୁନା ଚୋରୀ ହୋଇଥିବା ଏହି ଘଟଣାକୁ ନେଇ ଯାଜପୁର ଏସଡିଏମ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯଅଇଚି । ସୂଚନା ଅନୁଯାଇ ବଜରଙ୍ଗୀ ଛକରେ ରହିଥିବା ବାଛିଆରୀ ଗ୍ରାମର ଭଗବାନ ଶଡ଼ଙ୍ଗୀଙ୍କ ସିଲେଇ ଶିକ୍ଷା କେନ୍ଦ୍ର ଏବଂ ଓମଫେଡ଼ କ୍ଷୀର ଦୋକାନରୁ ଗତ ନଭେମ୍ବର ୧୮ ତାରିଖ ଦିନ ସୁନା ଅଳଙ୍କାର ନଗଦ ୩ଲକ୍ଷ ୨୦ହଜାର ଟଙ୍କା ଚୋରୀ ହୋଇଥିବା ଘଟଣାକୁ ନେଇ ଶ୍ରୀ ଶଡ଼ଙ୍ଗୀ ଯାଜପୁର ସଦର ଥାନାକୁ ଯାଇଥିବା ବେଳେ, ଯାଜପୁର ସଦର ଥାନା ଅଧିକାରୀ ଶ୍ରୀ ଶଡ଼ଙ୍ଗୀଙ୍କ ଅଭିଯୋଗ ପତ୍ରକୁ ନରଖି କୋର୍ଟରେ କେସ କରିବାକୁ ଥାନା ଅଧିକାରୀ କହିଥିବା ବଲେ, ଏତଲାକୁ ଗ୍ରହଣ ନକରି କିପରି କୋର୍ଟକୁ ଅଭିଯୋଗକାରୀଙ୍କୁ ପଠାଇଲେ ତାହା ବଡ଼ ବିଶ୍ମୟ ଲାଗୁଚି । ଶ୍ରୀ ଶଡ଼ଙ୍ଗୀ କୋର୍ଟରେ କେସନଂ ୧୩୦/୨୦୨୧ରେ ଦଫା ୩୬୯, ୫୦୬, ୩୪ ଆଇପିସିରେ ଏକ ମାମଲା ରୁଜୁ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଥାନା ନିକଟସ୍ଥ ମାରକଣ୍ଡପୁର ଗ୍ରାମର ଦତ୍ତହରି ରାଉତଙ୍କ ପୁଅ ଦିଲିପ ରାଉତ(୫୬) ତାଙ୍କ ସାଙ୍ଗ ତୁଷାର ରାଉତ କମଳପୁର ଗ୍ରାମର ପ୍ରତାପ ଜେନା ଏହି ତିନି ଜଣ ମିଶି ଶ୍ରୀ ଶଡ଼ଙ୍ଗୀ ଦୋକାନକୁ ଯାଇଥିବା ବଳେ, ଏହି ୩ଜଣ ସାଙ୍ଗ ଠିକାଦାରୀ କାମ କରିବାକୁ ୫ଲକ୍ଷ ଟଙ୍କା ଧାର ମାଗିଥିବା ଜଣାଯାଇଚି । ଏହାପରେ ସେହି ୩ଜଣ ଶଡ଼ଙ୍ଗୀଙ୍କ ପାଖକୁ ଆସି ସମ୍ପର୍କ ଲଗାଇଥିଲେ । ସମ୍ପର୍କ ଲଗାଇବାରୁ ଶ୍ରୀ ଶଡ଼ଙ୍ଗୀକୁ ୩ଜଣ ସାଙ୍ଗ ଆସି ଦୋକାନୀକୁ ପିଇବାପାଇଁ ପାଣି ମାଗିଥିବା ବେଳେ, ପାଣି ଆଣିବାକୁ ଦୋକାନୀ ଯାଇଥିବା ବେଳେ, ଶଡ଼ଙ୍ଗୀଙ୍କ ଟଙ୍କା ବାକ୍ସରୁ ସୁନା ଗହଣା ସହିତ ନଗଦ ୩ଲକ୍ଷ ୨୦ହଜାର ଟଙ୍କା ଚୋରୀକରି ନେଇଯାଇଥିଲେ ବୋଲି ଶ୍ରୀ ଶଡ଼ଙ୍ଗୀ ଅଭିଯୋଗ କରିଛନ୍ତି । କୋର୍ଟ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ନୋଟିସ କରାଯାଇଥିବା ବେଳେ, ଅଭିଯୁକ୍ତ ମାନେ ଜାମିନରେ ଯାଇଥିବା ରିପୋର୍ଟ ଲେଖା ହେବା ବେଳକୁ ଜଣାଯାଇଚି ।

Related Posts

About The Author

Add Comment