ଚୋରୀ କରିବା ପାଇଁ ଆସି ଘର ମାଲିକକୁ ହତ୍ୟା କଲେ

Spread the love

ଯାଜପୁର ସଦର, ୨୯ା୦୯: ଏହିପରି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଭଁଅରା ପଂଚାୟତ ଚଟୁମାରୀ ଗ୍ରାମରେ । ଘଟଣାରୁ ପ୍ରକାସ ଯେ, ବରୀ ଥାନା ଅନ୍ତର୍ଗତ ଚଟୁମାରୀ ଗ୍ରାମରେ ଦୃବୁର୍ତ୍ତ ମାନେ ଚଟୁମାରୀ ଗ୍ରାମର ବିଶ୍ୱ ରଂଜନ ବିଶ୍ୱାଳଙ୍କ ଘରେ ଚୋରୀ କରିବାକୁ ଘରେ ପଶିଥିବା ବେଳେ, ବିଶ୍ୱରଂଜନଙ୍କ ସ୍ତ୍ରୀ ବନଲତା ଉଠିପଡ଼ିବାରୁ ଦୃବୁର୍ତ୍ତମାନେ ଲୁହା ରଡ଼ରେ ବିଶ୍ୱରଂଜନକୁ ଆକ୍ରମ କରିବାରୁ ବିଶ୍ୱରଂଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିଲେ । ବିଶ୍ୱରଂଜନକୁ ପରିବାର ଲୋକ ମାନେ ବରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଲେ, ବରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱରଂଜନକୁ ମୃତ ଘୋଷଣା କରିଥିଲେ । ଏନେଇ ଏଠାରେ ସୂଚନା ଯୋଗ୍ୟ ଯେ, ଘଟଣା ସ୍ଥଳରେ ବରୀ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ପହଂଞ୍ôଚ ତଦନ୍ତ କରିଥିଲେ । ସନ୍ଧେହ ହେବାରୁ ଗ୍ରାମର ଜଣେ ଯୁବକକୁ ଥାନାକୁ ଧରି ଆଣିଥିଲେ । ବିଶ୍ୱରଂଜନର ଶବକୁ ପୋଲିସ ଜବତ କରିବା ସହିତ ପୋଷ୍ଟବଟମ ପାଇଁ ଯାଜପୁର ପଠାଇଥିଲେ । ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ପହଁଞ୍ôଚଥିବା ବେଳେ, ଏସଡିପିଓ ସରୋଜ କୁମାର ଉପାଧାୟ, ଥାନ ।ଅଧିକାରୀ ମନୋଜ ସ୍ୱାଇଁ ବିଶ୍ୱରଂଜନ ମୃତ୍ୟୁରେ ବରୀ ଥାନା ବିଧାୟୀକା ସୁନନ୍ଦା ଦାସ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ବିଶ୍ୱରଂଜନ ମୃତ୍ୟୁରେ ଭଅଁରା ସରପଂଚ ପ୍ରଭାତୀ ପଲାଇ ଏବଂ ଗ୍ରାମବାସୀ ମାନନେ ଦୁଃଖ ପ୍ରକାଶ କରିଥିଲେ । ବରୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ କେଶ ନଂ ୩୦୨/୨୨ ମାମଲା ରୁଜୁ ହୋଇଚି । ସେହି ଗ୍ରାମରୁ ୩ ଜଣଙ୍କ ଘରୁ ଚୋରୀ ହୋଇଥିବା ଥାନାରେ ଅଭିଯୋଗ କରାଯାଇଚି ।@sandhan news

Related Posts

About The Author

Add Comment