ନୟାଗଡ,୨୫/୭ (ସନ୍ଧାନ ନିୟୁଜ ) ଚୋରି କରିବାକୁ ଆସି ଛେଚା ଖାଇଲେ ଯୁବକ । ନୟାଗଡ ଫତେଗଡ ଥାନା ବାଇଗୁଣିଆ ଗାଁରେ ଘଟିଛି ଏହି ଘଟଣା । ତା ସହ ଥିବା ଅନ୍ୟ ୩ ଜଣ ଚୋର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଗାଁର ପଠାଣି ନନ୍ଦଙ୍କ ଘରେ ଚୋରି କରୁଥିବା ବେଳେ ଏମାନେ ଧରା ପଡିଯାଇଥିଲେ । ପଠାଣି ନନ୍ଦଙ୍କ ଘର ଲୋକେ ଭୁବନେଶ୍ବର ଆସିଥିବା ବେଳେ ଏହାର ସୁଯୋଗ ନେଇ ଚୋରି କରିବାକୁ ଉଦ୍ୟମ କରିଥିଲେ ଚୋର । ପଡୋଶୀ ଘର ଲୋକେ ଏହା ଜାଣିପାରି ପାଟି କରିଥିଲେ । ଘଟଣାସ୍ଥଳରୁ ୩ ଜଣ ଚମ୍ପଟ ହୋଇଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ମାଡ ମାରିଥିଲେ ଲୋକେ । ଅଟକ ଚୋରକୁ ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମାରେ ଦେଇଥିଲେ ଲୋକେ ।
ତେବେ ଆଜି ସକାଳୁ ଘର ଲୋକେ ପହଞ୍ଚିଥିବା ବେଳେ ୨୦ହଜାର ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।