ସୁନ୍ଦରଗଡ ତା:୩୧/୩/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ ) ବିଗତ ଅନେକ ସମୟରୁ ଚୋରି ସବଡେଗା ବ୍ଲକରେ କ୍ରମାଗତ ଭାବରେ ଲାଗିରହିଛି । ଚଳିତମାସ ୧୮ ତାରିଖରେ କିରାଲଗା ଗ୍ରାମର ଏକ ଦୋକାନ ଘରୁ ୧ଲକ୍ଷ ୩୦ ହଜାର ଟଙ୍କା ଚୋରି ହୋଇଥିଲା । ଚୋରିର କୌଣସି ପ୍ରକାର ଛିନ୍ନହ ମିଳିପାରି ନ ଥିଲା । ଏହି କ୍ରମରେ ତଲସରା ଥାନାରେ ଅଭିଯୋଗ କଲାପରେ ପୋଲିସ ଚୋରିର ଉପଯୁକ୍ତ ସୂତ୍ର ପାଇଁ ତନାଘନା ଆରମ୍ଭ କରିଥିଲେ । ଏଥିରେ ଅଭିଯୁକ୍ତ ରୁପେଶ ବା ଙ୍କ ପୁଅ ଅମିତ ବା(୨୬ ବର୍ଷ) ଟଙ୍କା ଚୋରି କରି ନେଇଥିବା ଜଣାପଡିଥିଲା । ଅଭିଯୁକ୍ତ ଉକ୍ତ ଦୋକାନରେ କାମ କରୁଥିବା ବ୍ୟକ୍ତିଙ୍କ ପୁଅ ବୋଲି ଜଣାପଡିଛି । ଅଭିଯୁକ୍ତ ଭୟରେ ୧ଲକ୍ଷ ୧୫ହଜାର ଟଙ୍କା ଫେରସ୍ତ କରିଥିବା ବେଳେ ବକୟା ୧୫ହଜାର ଟଙ୍କା ଖର୍ଚ୍ଚ କରିଥିବା କଥା ବ୍ୟକ୍ତ କରିବାପରେ ପୋଲିସ ତାକୁ ଗିରଫ କରି କୋଟ ଚାଲାଣ କରିଛି ।
ଚୋରିଟଙ୍କା ଅଭିଯୋଗରେ ଅଭିଯୁକ୍ତ ଗିରଫ ଓ କୋଟ ଚାଲାଣ
|
March 31, 2022 |



