କପ୍ତିପଦା, ୨୩.୦୧.୨୦୨୧( ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- କପ୍ତିପଦା ତହସିଲ ପକ୍ଷରୁ ଆଜି ଅଚାନକ ଚଢ଼ଉ କରାଯାଇ ଚୋରା ମାଟି ବୋଝେଇ ହୋଇଯାଉଥିବା ଟ୍ରାକ୍ଟରକୁ ନୂଆସାହିଠାରେ ଜବତ କରାଯାଇଥିବାର ଜଣାପଡିଛି । ପ୍ରକାଶ ଥାଉକି, ଦୀର୍ଘଦିନ ଧରି ଚୋରା ମାଟି କାରବାର ହୋଇ ଆସୁଥିଲା । କିନ୍ତୁ ରାଜସ୍ୱ ନିରୀକ୍ଷକଙ୍କ ଜିଲାପଣ ପାଇଁ ଏହି କାରବାର ଅଧିକ ମାତ୍ରାରେ ବଢି ଚାଲିଥିଲା । ତେବେ କପ୍ତିପଦାରେ ନୂତନ ତହସିଲଦାର ଯୋଗ ଦେବା ଠାରୁ ବିଭିନ୍ନ ସମୟରେ ଚଢ଼ଉ କରିବାରୁ ଏହି ସବୁ ଚୋରା କାରବାରରେ ଅଙ୍କୁଶ ଲାଗିଛି । ସେହିପରି ଆଜି ନୂଆସାହି ବଜାରଠାରେ ମାଟି ବୋଝେଇ କରି ଆସୁଥିବା ଟ୍ରାକ୍ଟରକୁ ତହସିଲଦାର ଅଟକ କରି କାଗଜପତ୍ର ଯାଞ୍ଚ କରିବାରୁ ସଠିକ୍ କାଗଜପତ୍ର ନଥିବାରୁ ଟ୍ରାକ୍ଟରଟିକୁ ଜବତ କରିଛନ୍ତି ।
ଚୋରା ମାଟି ବୋଝେଇ ଟ୍ରାକ୍ଟର ଜବତ
|
January 23, 2021 |
