ତିହିଡି, ୨୭/୧୧ (ସନ୍ଧାନ ନିଉଜ)ଚୋରା ମଦ ବେପାର ପାଇଁ ଆକ୍ରମଣ। ଗୋଟିଏ ପରିବାରର ଲୋକେ ଦୀର୍ଘଦିନ ଦିନ ତିହିଡି ଅନ୍ତର୍ଗତଃ ତଳଗୋପବିନ୍ଧା ପଞ୍ଚାୟତ ନରସିଂହପୁରେ ଚୋରାମଦ ଵେପାର କରିଆସୁଥିଲେ। କୌଣସି କାରଣରୁ ବଡବାପା ସନ୍ଦେହ କରିଥିଲେ ତାଙ୍କର ପୁତୁରାମାନେ ପୋଲିସକୁ ଖବର ଦେଉଛନ୍ତି। ତେଣୁ ପୋଲିସ ତାଙ୍କର ମଦ ଧରି ନେଉଛି। ଏହାକୁ କେନ୍ଦ୍ର କରି ପରିବାର ଭିତରେ ଗଣ୍ଡଗୋଳ ହେବା ସହ ହଣାକଟା ହୋଇଥିଲେ। ଏଥିରେ ଉଭୟ ପଟରୁ ୪ଜଣ ଗୁରୁତର ହୋଇଛନ୍ତି। ତିହିଡି ମେଡିକାଲରେ ଜଣେ ଓ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଭର୍ତ୍ତି ହୋଇଛନ୍ତି। ଏଥିରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଭାଗିରଥୀ ଵେହେରା, ସୋମନାଥ ଵେହେରା, ଶ୍ରୀକାନ୍ତ ଵେହେରା, ସରିତା ଵେହେରା ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତିହିଡି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଚୋରା ମଦ ବେପାର ପାଇଁ ଆକ୍ରମଣ :୪ ଗୁରୁତର
|
November 27, 2019 |
