ଚୋରା ଗୋମାଂସ କଣ୍ଟେନର ଗାଡ଼ି ଜବତ: ଦୁଇ ଡ୍ରାଇଭର ସହ ହେଲେପର ଅଟକ

Spread the love
ଯାଜପୁର/ଜେନାପୁର, ୦୮/୦୮ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର(କନ୍ତପଡ଼ା) ପେଟ୍ରୋଲ ପମ୍ପ ଛକ ନିକଟରେ ଆଜି ଅପରାହ୍ନରେ ଏକ ବାରଚକିଆ କଣ୍ଟେନର ଏ ,ପି ,୦୩ ,ଟି ଏ ,୫୫୫୫ ଗାଡ଼ି ଗୋମାଂସ ନେଇ କଲିକତାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଖବର ପାଇ ବଜରଙ୍ଗୀ ସେନା ତରଫରୁ ଗାଡିଟିକୁ ପିଛା କରି କରି କନ୍ତପଡା ଛକ ନିକଟରେ କାବୁ କରିଥିଲେ । ଜବଦ ହେଇଥିବା ଗୋ ମାସଂ ପାଖ ପାଖି ୨୫ ରୁ ୩୦ କୁଇଣ୍ଟାଲ ହେବ ବୋଲି ସୂଚନା ମିଳୁଛି । ବଜରଙ୍ଗୀ ସେନାର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକମାନେ ମିଶି ଗାଡିଟିକୁ ଅଟକ ରଖି ସେଥିରେ ଥିବା ଦୁଇଜଣ ଚାଳକ ଓ ଜଣେ ହେଲେପରକୁ କାବୁ କରିନେଇଥିଲେ । ଖବର ପାଇ ସଂଗେ ସଂଗେ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋ ମାଂସ ବୋଝେଇ ଟ୍ରକ ଟିକୁ ଜବଦ କରିବା ସହ ଦୁଇ ଡ୍ରାଇଭର ସମେତ ହେଲେପରକୁ ଅଟକ ରଖିଥିଲେ । ପୋଲିସ  ସୂଚନା ମୁତାବକ ଏ ଗୋମାଂସ ଗାଡିଟି କଲିକତାରୁ ଆନ୍ଧ୍ରପ୍ରଦେଶ ଯାଉଥିଲା ଗାଡିଟି ଏହି ରାସ୍ତାଦେଇ ଯାଉଥିବାର ଏଥିରେ କାହାର ହାତ ଅଛିବୋଲି ତଦନ୍ତ ପରେ ଜଣା ପଡ଼ିବବୋଲି ସୂଚନା ମିଳିଛି ।

Related Posts

About The Author

Add Comment