ଚୋରା ଗାଡ଼ି କବାଡ଼ିଆ ଖାନାରେ କଟା ଯାଉଥିବା ବେଳେ, ପୋଲିସର ଚଢ଼ାଉ

Spread the love

ସମସ୍ତ ଚୋରା ଜିନିଷର ଭୂସ୍ବର୍ଗ ପାଲଟିଛି ଯାଜପୁର

ଯାଜପୁର ସଦର,୦୮ା୧୧( ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାରେ ବିଭିନ୍ନ କବାଡ଼ିଆ ଖାନାରେ ବାହାର ରାଜ୍ୟକୁ ଗାଡ଼ି କଟାଯାଇ ପଠାଯାଉଥିବା ବେଳେ, ବିଭିନ୍ନ ଜାଗାରୁ ଗାଡ଼ି ଲୁଟେରା ମାନେ ୪ଚକିଆ ଗାଡ଼ି ଗୁଡ଼ିକୁ ଲୁଟ କରି କଟର ସାହାଯ୍ୟରେ କଟାଯାଇ ବାହାରକୁ ଚୋରା ଚାଲାଣ କରାଯାଉଥିବା ଗାଡ଼ି ମାଲିକ ମାନେ ବାରମ୍ବାର ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋରୀ ହେଉଥିବା ଗାଡ଼ି ଗୁଡ଼ିକ ସନ୍ଧାନ ମିଳିନଥିବା ବେଳେ, ଯାଜପୁର ଜିଲ୍ଲାର ଯାଜପୁର ଥାନାରେ ଗାଡ଼ି ମାଲିକ ମାନଙ୍କର ଗହଳି ଲାଗିଥିବା ବେଳେ, ଥାନା ପରିଶରରେ ଗାଡ଼ି ମାଲିକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଶିନିବାର ଦିନ ଶିତେଳେଇଶ୍ୱର ଅଞ୍ଚଳରୁ ଏକ କବାଡ଼ି ଦୋକାନରୁ ଜଗତପୁର ଅଞ୍ଚଳରୁ ଚୋରୀ ଯାଇଥିବା ଏକ ଚୋରୀ ଗାଡ଼ି ଚାରି ଚକିଆ ଯାନକୁ ଠାବ କରାଯିବା ସହିତ ଏହି କବାଡ଼ିଆ ଖାନାରେ କିପରି ଭାବରେ ଗାଡ଼ି ଚୋରୀ କରି ଦଲାଲ ମାନଙ୍କ ଦ୍ୱାରା ଏହି କବାଡ଼ିଆଖାନାରେ ବିକ୍ରି କରାଯିବାପାଇଁ ଗାଡ଼ି ଗୁଡ଼ିକୁ କଟାଯାଇ କବାଡ଼ିଆ ମାଲିକ ପ୍ରଚୁର ପରିମାଣ ଟଙ୍କା ରୋଜକାର କରୁଥିବା ଦେଖିବାକୁ ମିଳିଚି । ଯାଜପୁର ଜିଲ୍ଲାରେ ବହୁତ ଥାନା ରହିଥିବା ବେଳେ, ଯାଜପୁର ପୋଲିସ କିପରି ଯାଣିପାରିଲା ନାହିଁ ତାହା ସନ୍ଧେହ ଘେରରେ ରହିଚି । ଯହାକି ଏହି କବାଡ଼ିଆ ଖାନାରେ ଗାଡ଼ି ଗୁଡ଼ିକ କଟାଯାଇ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଚି । ଜଗତପୁର ଅଞ୍ଚଳରୁ ଚୋରୀ ହୋଇଥିବା ଏହି ଗାଡ଼ି ଏହି କବାଡ଼ିଆଖାନାରେ କଟାଯାଉଥିବା ବେଳେ, ଯାଜପୁର ପୋଲିସର ୬ଟି ଥାନାର ଟିମ ଚଢ଼ାଉକରି ଏହାର ଗୁମର ଖୋଲାଯାଇଥିଲା । ଏହି କବାଡ଼ିଆ ଖାନାରେ ଜହାର ହଜାର ଗାଡ଼ି କଟାଯାଇ କିପରି ଚୋରା ଚାଲାଣ କରାଯାଉଥିଲା ତାହା ସନ୍ଧେହ ପରିଶରରେ ରହୁଥିବା ଜଣାଯାଇଚି । ଏହାର ଉଚ୍ଚ ସ୍ତରିୟ ତଦନ୍ତ କରାଗଲେ ପ୍ରକୃତ ଗୁମର ଖୋଲିବ ବୋଲି ସାଧାରଣରେ ଦାବି ହେଉଚି । ଜଗତପୁର ଅଞ୍ଚଳରୁ ଚୋରୀ ହୋଇଥିବା ୪ଚକିଆ ଯାନ ଜିପିଏସ୍ ଲାଗିଥିବା ଗାଡ଼ି ପୁରା ଘଟଣା ଉପରୁ ପରଦା ଉଠାଇଥିବା ବେଳେ, ଘଟଣାର ତଦନ୍ତ କରାଯାଉଥିବା ଯାଜପୁର ପୋଲିସ ସୂଚନା ଦେଇଚି । ଯାଜପୁର ରାଧା ବେହେରା କବାଡ଼ି ଗୋଦାମକୁ ପୋଲିସ ଅଚାନକ ଚଢ଼ାଉକରି ଯାଜପୁର ଥାନାକୁ କଟାହେଉଥିବା ଗାଡ଼ିର ବିଭିନ୍ନ ଅଂଶ ଗାଡ଼ି ମାଲିକମାନେ ଚିହ୍ନଟ କରିବାପାଇଁ ଯାଜପୁର ଥାନାକୁ ଯାଇଥିଲେ । ଯାଜପୁର ପୋଲିସ ପକ୍ଷରୁ ତଦନ୍ତ କରାଯାଉଚି ।

Related Posts

About The Author

Add Comment