ଚୋରା ଗଞ୍ଜେଇ ବେପାରୀଙ୍କ ଘରେ ଚାଲିଛି ଧର୍ମଶାଳା ଅବକାରୀ ଅଫିସ; ସରକାରୀ ପୁରସ୍କାର ପାଇଁ ଚାଲିଲାଣି ବେଧଡକ ନିଶା କାରବାର

Spread the love

ଧର୍ମଶାଳା ୨୧/୭ (ସନ୍ଧାନ ନିୟୁଜ/ସୁରେଶ ବିଶ୍ୱାଳ) ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ୍ ରେ ଚାଲିଛି ବିଭିନ୍ନ ପ୍ରକାର ନିଶାକାରବାର
ଏଠି ପୋଲିସ ଅଛି,ଅବକାରୀ ଅଫିସ ଅଛି ହେଲେ ବନ୍ଦ ହୋଇପାରୁନି ନିଶାର ବେପର,ସବୁ ସରକାରୀ ବାବୁ ମାନେ ଲାଂଚରେ ମୁ୍ଗ୍ଧ, ଅନ୍ୟପଟରେ ଆଇନ୍ ଅଛି ହେଲେ କାର୍ଯ୍ୟକାରୀ ହେଉନି ବାବୁ ମାନଙ୍କ କାଢ଼ିବା ପଣିଆ । କଣ କରିବେ ବାବୁ ମାନେ ·ଉଳ ଯେତେବେଳେ ପାରା ଖାଇଛି ପାରା କେବଳ ଚାଉଳ ମାଲିକର ନା ସରକାର ନିୟମ ଯାହା ଥାଉନା କାହିକି । ଏଣେ ମାରିଲେ ଗୋହତ୍ୟା ତେଣେ ମାରିଲେ ବ୍ରହ୍ମ ହତ୍ୟା ତଥାପି ନିଜକୁ ସୁନ୍ଦର ଭାବରେ ଚଳାଇ ନେଉଛନ୍ତି ସରକାର ପୋଲିସ ଓ ଅବକାରୀ ବିଭାଗର ବାବୁମାନେ । ସବୁ ଠାରୁ ବଡକଥା ଅବକାରୀ ଅପିସ ଚାଲିଛି ଗୋଟେ ଚୋରା ଗଞ୍ଜେଇ ବେପାରୀ ଘରେ ସେଠି ଅବକାରୀ ବାବୁ ମାନଙ୍କ ନଜର ଯାଇଛି କୁଆଡେ । ଅଫିସ କଣ ଚାଲିଛି ଚୋରା ଗଞ୍ଜେଇ ବେପାର ପଇସାରେ କାହିକି ରୋକାଜାଉନି ତାଙ୍କୁଯାହା ଫଳରେ ଛୋଟରୁ ବଡ ଯାଏ ସମସ୍ତେ ଝୁଳୁଛନ୍ତି ଗଞ୍ଜେଇ ନିସାରେ । ଅନେକ ଛକରେ ଚାଲିଛି ଚୋରା ଗଞ୍ଜଇ କାରବାର । ଅଭିଯୋଗ କରିବାକୁ ଗଲେ ଦିନ ରାତି ତାଲା ଝୁଲେ ଅବକାରୀ ଅଫିସରେ ସେହିପରି ଧର୍ମଶାଳା ଥାନା ଚାରିପଟରେ ଚାଳିଛି ଚୋରା ମଦ କାରବାର ମଝିରେ ମଝିରେ କିଛି ଚୋରା ବେପାରୀ ଧରି ପୁଣି ଛାଡିଦେଉଛନ୍ତି ପୋଲିସ ବାବୁ ମାନେ , ବାବରେ ଏଇ କି ବେପାର, ତମକୁ ଧରିବାକୁ କହୁଛି କିଏ ନା ଛାଡିବାକୁ କହୁଛି କଏ? ନା ପକୃତ କଥା ବାବୁ ମାନଙ୍କ ପକେଟକୁ ମାଲ ଆସିବା ଟିକିଏ ଡେରି ହେଲେ ବାବୁ ମାନେ ଗାଡି ଲଗାଇ ଉଠାଇ ଆଣନ୍ତି ଥାନାକୁ ସେଠାରେ ମୂଲଚାଲ ହେବା ପରେ ଚାଡିଦିଅନ୍ତି । ଲୋକ ଜାଣିବାକୁ ପୋଲିସ ଧରିଛି ମଦ ବେପାରୀ । ମାତ୍ର ଚୋରା ବେପାରୀଙ୍କ ବାପ ମା ଏମାନେ ସତେ ଯେମିତି ବେପାରୀଙ୍କ ପରିବାର ଚଳାଇବା ଦାୟୀତ୍ୱ ଏହି ବାବୁ ମାନଙ୍କର । ଏଥିରେ କଣ ହେବ ଧର୍ମଶାଳାର ପ୍ରଗତି କଣ ହେବ ନିରିହ ଗରିବ ପରିବାରର ଦରିଦ୍ରତା ରୁ ମୁକ୍ତି । ଯେଉଁଠି ସରକାର ଡେଙ୍ଗୁରା ପିଟୁଛି ଗରିବ ହଟାଅ, ହେଲେ ଗରିବ ହଟିବାର ଏହି କଣ ତାର ନମୁନା । ଧର୍ମଶାଳା ବ୍ଳକର ଦୁଇଟି ଥାନା ଚାରୋଟି ବିଟ୍ ହାଉସ ଏବଂ ଗୋଟିଏ ଅବକାରି ଅଫିସ ଥାଇମଧ୍ୟ ପ୍ରତି ଛକ ବଜାର ଏବଂ ଆଖ ପାଖ ପ୍ରତ୍ୟକ ଗାଁ ଗଣ୍ଡାରେ ଚାଲିଛି ବେଧଡକ ନିଶା ବେପାର । ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟିଦେବାକୁ ଧର୍ମଶାଳାର ଅନେକ ବୁଦ୍ଧିଜବୀ ମାନେ ଦାବି କରିଛନ୍ତି । ନଚେତ ମଦ ବେପାର ପାଇଁ ଧର୍ମଶାଳା ନଷ୍ଟ ହେବାକୁ ବସିିଥିବା ବେଳେ ବୁଦ୍ଧିଜୀବି ଏବଂ ମହିଳା ମାନେ ରାଜପଥରେ ଉପରେ ବସିବାର ଏବଂ ପୋଲିସକୁ ପିଟିବାର ମାଷ୍ଟର ପ୍ଲାନ୍ ହୋଇସାରିଥିବା ନେଇ ଚର୍ଚ୍ଚା ଚାଲିଛି । ଦେଖାଯାଉ ପୋସôାହନ ଆଶା, ରାଜସ୍ୱ ବୃଦ୍ଧି ଏବଂ ବାବୁମାନଙ୍କ ପକେଟ ଗରମ ନା ସମାଜକି ଶଉଙ୍ଖଳା ରକ୍ଷା, ସାମାଜିକ ଦାୟିତ୍ୱ ବୋଧ ପାଇଁ ପୋଲିସ ପ୍ରଶାସନ କାମ କରୁଛି ତାହା ଆଗାମୀ ସମୟରେ ଦେଖାଯିବ । ନଚେତ ସନ୍ଧାନ ନିୟୁଜ ହାତରେ ଲାଗିଥିବା କିଛି ଗୁରୁତ୍ୱପପୂର୍ଣ୍ଣ ଦସ୍ତା ବିଜ ରେକଡ ଏହି ବାବୁ ଏବଂ ମଦବେପାରୀଙ୍କ ପ୍ରୀତି ସୋସିଆଲ ମିଡିଆରେ ଘୁରି ବୁଲିବା ସହିତ ନୂତନ ସିଡି ଆକାରରେ ବଜାରରେ ଉପଲ୍ପଧ ହେବ ।

Related Posts

About The Author

Add Comment