ଯାଜପୁର ସଦର, ୨୧/୩/୨୬ (ସନ୍ଧାନ ନ୍ୟୁଜ ) :ଦିନକୁ ଦିନ ଗାଁ ଗହଳିରେ ଚୋରା ମଦ କାରବାର ବଢ଼ିବାରେ ଲାଗିଥିବା ବେଳେ ଚୋରା ମଦ୍ୟପାନ କରି ଅନେକ ଲୋକେ ମୃତ୍ୟୁ ମୁଖର ଶିକାର ହେଉଛନ୍ତି | ଏଥିପାଇଁ ଗାଁ ଗହଳିର ଲୋକ ମାନେ ଏବେ ଭୟଭିତ ଅବସ୍ଥାରେ ଦିନ କାଟୁଛନ୍ତି | କାରଣ ଦିନ ମଜୁରିଆ ଖଟିଖିଆ ଲୋକ ମାନେ ନିଶା ଶକ୍ତ ହୋଇ ନିଜ ରୋଜଗାର ଅର୍ଥକୁ ମଦ ପିନଷ୍ଟ କରୁଥିବା ବେଳେ ପ୍ରତିଦିନ ଅଧିକାଂଶ ପରିବାରରେ ଏହାକୁ ନେଇ ବିଭିନ୍ନ ଗଣ୍ଡଗୋଳ ସୃଷ୍ଟି ହେଉଛି |ସେହିପରି ଦଶରଥପୁର ବ୍ଲକର କୟାଁ, କମାରଡ଼ିହି, ଖାନନଗର , ନିଜାମପୁର ଚାରି ପଞ୍ଚାୟତରେ ଏବେ ବ୍ୟାପକ ପରିମାଣରେ ଚୋରା ମଦ କାରବାର ହେଉଥିବା ନେଇ ଅଭିଯୋଗ ହୋଇଛି | କୟାଁ ପଞ୍ଚାୟତର କୟାଁଗୋଲା ବଜାରରେ ୩ ଜାଗା, ମଲ୍ଲିପୁର ଗ୍ରାମରେ ୨ ଜାଗା, ଦରବା ଗ୍ରାମରେ ୧ ଜାଗା, ଗରବନ୍ଧ ଗ୍ରାମରେ ଗୋଟିଏ ସ୍ଥାନରେ ମୋଟ କୟାଁ ପଞ୍ଚାୟତରେ ୭ ଟି ସ୍ଥାନରେ ଚୋରା ମଦ କାରବାର ହେଉଥିବା ବେଳେ ଖାନନଗର ପଞ୍ଚାୟତରେ ଲାଲବାଗ ଛକରେ ୨ ଜାଗା, ବିମ୍ବାଧରପୁର ଗାଁରେ ୧ ଟି ସ୍ଥାନରେ ଓ ନିଜାମପୁର ପଞ୍ଚାୟତର ନଛିନ୍ଦ୍ରପୁର ଗ୍ରାମର ହରିଜନ ସାହିର ଗୋଟିଏ ସ୍ଥାନରେ ବ୍ୟାପକ ପରିମାଣରେ ଚୋରାମଦ କାରବାର ହେଉଥିବା ନେଇ ଅଭିଯୋଗ ହୋଇଛି | ଏହି ସବୁ ଅଞ୍ଚଳରେ କିପରି ସମ୍ପୂର୍ଣ୍ଣ ଭାବେ ଚୋରା ମଦ କାରବାର ରୋକିହେବ ସେଥି ନେଇ ଶୁକ୍ରବାର ସନ୍ଧ୍ୟରେ ମା ଜୟଚଣ୍ଡୀଙ୍କ ପୀଠରେ କୟାଁ ପଞ୍ଚାୟତର ବରିଷ୍ଠ ସମାଜସେବୀ ଚୌବନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶତାଧିକ ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ, ଯୁବକ, ଛାତ୍ର ଓ ମହିଳା ମାନେ ଯୋଗଦେଇ କିପରି ଏହି ୪ଟି ପଞ୍ଚାୟତରେ ହେଉଥିବା ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିହେବ ସେଥିନେଇ ଆଲୋଚନା କରିଥିଲେ | ଆଲୋଚନାର ନିଷ୍ପତି ଅନୁଯାଇ ଏହି ସବୁ ଅଞ୍ଚଳରେ ଚୋରା ମଦ କାରବାର ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ମିଳିତ ଓଡିଶା ନିଶା ନିବାରଣ କମିଟି ପକ୍ଷରୁ ଯାଜପୁର ଜିଲ୍ଲାପାଳ, ଏସପି ଯାଜପୁର, ଅବକାରୀ ବିଭାଗ ଅଧିକାରୀ ଯାଜପୁର, ମଙ୍ଗଳପୁର ଥାନା ଅଧିକାରୀଙ୍କୁ ଭେଟି କମିଟିର ଏକ ପ୍ରତିନିଧି ଦଳ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତି ନିଆଯିବା ସହ ଆସନ୍ତା ୭ ଦିନ ମଧ୍ୟରେ ଏହି ୪ ପଞ୍ଚାୟତରେ ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାନଗଲେ କମିଟି ପକ୍ଷରୁ ଯେପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରୁ ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରା ଯାଇନଥିବ ସେପର୍ଯ୍ୟନ୍ତ ମଙ୍ଗଳପୁର ଥାନା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ନିଶା ନିବାରଣ କମିଟି ପକ୍ଷରୁ ଚେତାବନୀ ଦେଇଛନ୍ତି |
ଚୋରାମଦ କାରବାର ରୋକିବାକୁ ୩ ପଞ୍ଚାୟତର ମିଳିତ ବୈଠକ
|
March 22, 2026 |



