ଯାଜପୁର ସଦର, ୭/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ବ୍ୟାସନଗର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋରିଏସସିନିୟର ସ୍କୁଲ ୩୨ତମ ବାର୍ଷିକ ଉତ୍ସବରେ ଡିସେମ୍ବର ୨୪ତାରିଖରେ ଅନୁଷ୍ଟତି କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଆସିଥିବା ବେଳେ, ଜଣେ ଭଦ୍ରବ୍ୟକ୍ତି ଅଜିତ ହେବରା ପତ୍ନୀ ୨ଲକ୍ଷ ଟଙ୍କାର ସୁନା ଚେନ ହଜିଯାଇଥିବା ବେଳେ, ବହୁ ଖୋଜାଖୋଜି ଭଦ୍ର ମହିଳା କରିବାରୁ ସ୍କୁଲର ସମ୍ପାଦକ ଅଭୟପତି ସଭାପତି ଆଡଭୋକେଟ ଅସ୍ମିତା ପତି ନିରଜନ ପାଣିଗ୍ରାହୀକୁ ଏସମ୍ପର୍କରେ ଜଣାଇବା ସହିତ କାର୍ଯ୍ୟକରୁଥିବା ସମସ୍ଥ କର୍ମଚାରୀ ପଚାରା ଉଚରା କରାଯାଇଥିଲା । ଏହି ଘଟନାକୁ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ହ୍ୱାଟସଫରେ ଜଣାଇ ଦିଆଯାଇଥିବାରୁ ଏହି ମେସେଜ ପଡ଼ିବାପରେ ଜଣେ ଭଦ୍ର ଲୋକ ବାନୁମତି ଶତପଥିଙ୍କ ଚେନଟି ପାଇଥିବା ବେଳେ, ଏହ ସୂଚନା ଦେଇଥିଲେ । ଚେନ ହଜିଯାଇଥିବା ପାଇଥିବା ଭଦ୍ରକୋକଙ୍କୁ ଡକାଇ ଆଜି ଏହି ଚେନଟି ଜେମସ କାର୍ଯ୍ୟାଳୟରେ ଦିଆଯାଇଥିଲା । ଚେନଟି ପାଇବା ପରେ ଭାନୁମତୀ ନିଜର କୃତଜ୍ଞତା ଜନାଇବା ସହିତ ବିଦ୍ୟାଳୟ ସମସ୍ତ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ । ସମାଜରେ ଏମିତି ଭଦ୍ରବ୍ୟକ୍ତି ଅଛନ୍ତି ବୋଲି ଅଜିତ ବେହେରାଙ୍କ ପତ୍ନୀ ଧନ୍ୟବାଦ ଦେଇଥିଲେ ।
ଚେନ ଫେରାଇଲେ ଭଦ୍ରବ୍ୟକ୍ତି
|
January 7, 2026 |



