ଚେନାଇରୁ ନାବାଳିକା ଉଦ୍ଧାର, ଅପହର୍ତ୍ତା କୋର୍ଟ ଚାଲାଣ

Spread the love

ଯାଜପୁର/ଜେନାପୁର, (ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ) ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ନିକଟସ୍ଥ ମରୁଲୀପୁର ବାଉଁଶଡୋଳ ଗ୍ରାମର ଟିକମ ମୁଣ୍ଡାଙ୍କ ୮ବର୍ଷର ନାବାଳିକା ଗୁରୁବାରୀ ମୁଣ୍ଡାଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ଆଜି ଜେନାପୁର ପୋଲିସ ଅପହରଣ କରିନେଇଥିବା ସୁକୁନ୍ଦା ଥାନା ଅନ୍ତର୍ଗତ ରାଙ୍କିଆ ଗ୍ରାମର ଆକଶ ଭଦ୍ରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ ଆକାଶ ଜୁଲାଇ ମାସ ୬ତାରିଖରେ ଏଠାରେ ରହୁଥିବା ସମ୍ପର୍କିୟ ଚମ୍ପୁଆ ଭଦ୍ରାଙ୍କ ଘରକୁ ଆସିଥିଲେ । ସେହି ସମୟରେ ନିଜ ଝିଅ ଲକ୍ଷ୍ମୀ ଭାଦ୍ରାଙ୍କୁ ଛାଡି ସେଠାରେ କିଛି ସମୟ ବିତାଇଥିଲେ । ପରେ ସେଠାରେ ଟିକମ ମୁଣ୍ଡାଙ୍କ ଝିଅ ଗୁରୁବାରୀ ମଧ୍ୟ ସେଠାରେ ରହିଥିଲେ । ଏହି ଝିଅ ଦୁଇଟି ଦେଖିବାକୁ ଏକାଭଳି ହୋଇଥିବାରୁ ଯିବା ସମୟରେ ଆକଶ ନିଜ ଝିଅକୁ ଜାଣି ନପାରି ଟିକମଙ୍କ ଝିଅ ଗୁରୁବାରୀକୁ ନେଇ ଚେନାଇ ପଳାଇଯାଇ ସେଠାରେ କାମ କରୁଥିଲେ । ଏହି ବିଷୟରେ ଟିକମ ଜେନାପୁର ଥାନାରେ ଅଭିଯୋଗ କରିବା ପରେ ଜେନାପୁର ପୋଲିସ ଏକ କେସ ନଂ ୧୬୭/୧୯ ପଞ୍ଜିକରଣ କରି ଘଟଣାର ତଦନ୍ତ ଚଳାଇଥିଲେ । ପରେ ସେଠାରୁ କାମ କରୁଥିବା କମ୍ପାନୀ ବ୍ୟକ୍ତିଙ୍କ ମୋବାଇଲ ନେଇ ଅକାଶ ସେଠାରେ ଗୁରୁବାରୀଙ୍କୁ ଛାଡି ପଳାଇଆସି ନିଜ ଝିଅକୁ ନେବାକୁ ବାଉଁଶଡୋଳ ଗ୍ରାମରେ ପଂହଚି କହିବା ପରେ ଜେନାପୁର ପୋଲିସ ତାଙ୍କୁ ଧରି ପଚାରଉଚରା କରିଥିଲେ । ପରେ ସେଠାରେ ସେ ଝିଅକୁ ଛାଡି ଆସିଥିବା କହିବା ପରେ ଜେନାପୁର ଥାନା ଅଧିକାରୀଙ୍କ ନିଦେ୍ର୍ଧଶରେ ଏଏସଆଇ ବିକ୍ରମ କ୍ରେର୍କେଟା କନେଷ୍ଠବଳ ସୁନିଲ କୁମାର ସାମଲ, ରାଜେନ୍ଦ୍ର ବିକ୍ରମ ରାଉତ ଚେନାଇ ଯାଇଥିଲେ । ପରେ ସେଠାରେ ଖୋଜିବା ପରେ ନପାଇ ସେହି କମ୍ପାନୀ ଲୋକଙ୍କ ଯୋଗାଯୋଗ କରାଯାଇଥିଲା । ପରେ ରଖିଥିବା ବ୍ୟକ୍ତି ତାଙ୍କୁ ବାଲେଶ୍ୱରରେ ଆଣି ଜେନାପୁର ପୋଲିସର ଜିମା ଦେଇଥିଲେ । ଜେନାପୁର ପୋଲିସ ନାବାଳିକାକୁ ଡାକ୍ତରଖାନାରେ ଚିକସôିତ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଆକାଶଙ୍କ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

Related Posts

About The Author

Add Comment