କରଞ୍ଜିଆ,29/03 (ସନ୍ଧାନ ନିଉଜ): ଚେକିଂ ବେଳେ ପୋଲିସ ଦାଦାଗିରି । ୨୪ ଘଣ୍ଟା ନ ପୁରୁଣୁ କରଞ୍ଜିଆ ଥାନା ଅନ୍ତର୍ଗତ ସାହାରପୋଡା ବାଇପାସ ଛକ ନିକଟରେ ପୁଣି ଏପରି ଘଟଣା ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ପୋଲିସ ହେଲମେଟ ଏବଂ ମାସ୍କ ଚେକିଂ ବେଳେ ଜଣେ ଯୁବ ବ୍ୟବସାୟୀଙ୍କୁ ମାଡ ମାରିଥିଲା। ପୋଲିସର ଲାଠି ମାଡରେ ବ୍ୟବସାୟୀଙ୍କ ମୁଣ୍ଡ ଫାଟି ଯାଇଥିବାର ଦେଖିବାକୁ ମିଳିଛି।
ଗତକାଲି ଶରତ ଥାନା ଅଞ୍ଚଳରେ ପୋଲିସର ମନମୁଖୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କୁ 3 କିଲୋମିଟର ଚାଲିବାକୁ ପଡିଥିଲା। ପୁଣି ଆଜି ମାସ୍କ ଚେକିଂ ନାଁରେ ପୋଲିସର ଦବଙ୍ଗଗିରିକୁ ଲୋକେ ବିରୋଧ କରିଛନ୍ତି। ପୋଲିସ ବିରୁଦ୍ଧରେ ନାରାବାଜି କରିବା ସହିତ ଚେକିଂ କରୁଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।