ଚୁଲି ନିଆଁରୁ ଅଗ୍ନିକାଣ୍ଡ, ବାସଗୃହ ଜଳିଗଲା

Spread the love

ରସୁଲପୁର,୧/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଂଚାୟତର ଦିଆଲଖଣ୍ଡି ଗ୍ରାମରେ ଆଜି ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟି ବାସଗୃହ ଜଳିଯାଇଛି । ଏହି ଗ୍ରାମର ଗୋବିନ୍ଦ ଜେନାଙ୍କ ଘର ପୋଡିଯାଇଛି । ଏ ସଂପର୍କରେ ଖବର ପାଇ ରସୁଲପୁର ଦମକଳ କେନ୍ଦ୍ର ଖବର ପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ।
ଘଟଣାରୁ ପ୍ରକାଶ ଯେ ସକାଳ ପ୍ରାୟତଃ ସାଢେ ୧୦ଟା ସମୟରେ ରୋଷେଇ ହେଉଥିବା ବେଳେ ଅସବଧାନତା ଯୋଗୁଁ ଚୁଲି ନିଆଁରୁ ଝୁଲ ଉଡି ଚାଳରେ ନିଆଁ ଲାଗିଯାଇଥିଲା । ଉକ୍ତ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟତଃ ୫୦ହଜାର ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ବୋଲି ପ୍ରାଥମିକ ତଦନ୍ତ ସମୟରେ ଆକଳନ କରାଯାଇଛି । ହେଲେ ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିବା ଜଣାପଡିଛି । କ୍ଷତିଗ୍ରସ୍ତ ପରିବାରକୁ ଆର୍ଥôକ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।

Related Posts

About The Author

Add Comment