ଭାରତ ବନ୍ଦ ଡାକରା ଜିଲ୍ଲାରେ ଆଂଶିକ ପ୍ରଭାବ

Spread the love

ବାରିପଦା, ୨୭/୧୧(ଲିଙ୍ଗରାଜ ପଣ୍ଡା): ଦେଶବ୍ୟାପୀ ଭାରତ ବନ୍ଦ ଡାକରାରେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଆଶିକ ଦେବାକୁ ମିଳିଛି । ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ପରିବହନ ବ୍ୟବସ୍ଥା ଠପ୍ ହୋଇ ଯାଇଥିବା ବଳେ ବନ୍ଦର ପ୍ରଭାବ ଗାଁ ଗାଁ ଦେବାକୁ ମିଳିଛି । ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ଖୋଲା ଥିବା ବଳେ ସେଭଳି କୌଣସି ପ୍ରକାର ଅପ୍ରୀତିକର ଖବର ଦେଖୁବାକୁ ମିଳିନି । ଏହି ଅବସରରେ ଜିଲ୍ଲା ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିଆଇସି, ଏଆଇସିସିଟିୟୁ ଆଦି କେନ୍ଦ୍ରୀୟ ସଂଗଠନର ମୟୂରଭଞ୍ଜ ଜିଲ୍ଲା ଶାଖା ସଂଗଠନ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି , ଶ୍ରମ ବିରୋଧ ଶ୍ରମ କୋର୍ଡ ପ୍ରତ୍ୟାହାର, କୃଷକ ବିରୋଧୀ କୃଷକ ଆଇନ ରଦ୍ଦ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ସ୍କିମ ଓବାର୍କରସ ମାନଙ୍କୁ ସରକାରୀ ମାନ୍ୟତା, ଆୟକର ଦେଉ ନ ଥିବା ସମସ୍ତ ଗରିବ ପରିବାରକୁ ମାସିକ ୭୫୦୦ ଟଙ୍କା ଓ ମୁଣ୍ଡ ପିଛା ୧୦ କେଜି ଚାଉଳ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗାଭତ୍ତା ପ୍ରଦାନ କ୍ଷେତ୍ରରେ ଥିବା କଟକଣା ପ୍ରତ୍ୟାହାର କରିବା, ମନରେଗା ଯୋଜନାରେ ୨୦୦ ଦିନର କାମ ସହ ଦୈନିକ ୫୦୦ ଟଙ୍କା ମଜୁରୀ ଦେବା, ବାଙ୍ଗିରିପୋଷି ଭୁବନେଶ୍ୱରକୁ ଦୈନିକ କରିବା ଏବଂ ସୁବର୍ଣ୍ଣରେଖା ଜଳସେଚନକୁ ଅଗ୍ରାଧକର ଦେବା, ଅର୍ବାନ ବ୍ୟାଙ୍କ ଜମାକାରୀଙ୍କୁ ସେମାନଙ୍କର ପ୍ରାଫ ଫେରସ୍ତ କରିବା ଆଦି ଦାବିରେ ଏହି ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା । ଏଆଇଟିୟୁସିର ସଭାପତି ଜଗବନ୍ଧୁ ମିଶ୍ର, ସି ଆଇଟିୟୁ ର ଅମଲ ଦେ, ରବି ଗୋସ୍ବାମୀ, ଏଚଏମଏସ୍ ର ସିନଗୋଲତା ମାଝିଙ୍କ ନେତୃତ୍ବରେ ପ୍ରଦର୍ଶିତ ବିକ୍ଷୋଭ ସମାବେଶରେ ସୁଦର୍ଶନ ରାଉଳ, ଶ୍ରୀକାନ୍ତ ସାମଲ, ରଘୁନାଥ ପଣ୍ଡା, ମଦନମୋହନ ଜେନା, କ୍ଷିତିଶ ସାସମଲ, ମୁନା ପାତ୍ର, ସଞ୍ଜୟ କୁମାର ଜେନା, ମନୋରଞ୍ଜନ ପରିଡା, ମହେଶ୍ୱର ବହେରା, ନାଥ ସିଂ, ଗୋବିନ୍ଦ ମାଝା, ବିଷ୍ଣୁପ୍ରିୟା ମହାନ୍ତ, ସେକ ଡାଡିଏଜୁଆଲ, କମଲ ମହାନ୍ତ, ସଂଜୀବ ଦାସ, ମଙ୍ଗଲ ସିଂ, ଅନୀଲ ମହାନ୍ତ ଶ୍ରୀନିବାସ ଗିରି, ରବିନ୍ଦ୍ର ପ୍ରଧାନ, ଶରତ ମହାନ୍ତ, ଗଙ୍ଗାଧର ସାମଲ, ସନ୍ତୋଷ ଗିରି, ସମ୍ବିତ ସାମଲ, ପ୍ରୀତିପ । ଦାସ ଜ୍ଞାନରଞ୍ଜନ ଷଡଙ୍ଗୀ, ଦାଶରଥ ରଥ, ଜ୍ଞାନଦୀପ କମି ଲା, ରାଜେଶ ଭୂୟାଁ, ଅରୁଣ ସେଠୀ ପ୍ରମୁଖ ଧର୍ମଘଟରେ ପ୍ରତ୍ୟେକ୍ଷ ଭାବେ ସାମିଲ ହୋଇଥିଲେ ।

 

 

 

 

 

 

Related Posts

About The Author

Add Comment