ଚୀନ କରୋନା ଟେଷ୍ଟ କିଟ୍ ବ୍ୟବହାର ବନ୍ଦ ନିର୍ଦ୍ଦେଶ

Spread the love
ନୂଆଦିଲ୍ଲୀ, ୨୭/୦୪/୨୦ (ସନ୍ଧାନ ନିଉଜ) : ଚୀନରେ ପ୍ରସ୍ତୁତ ରାପିଡ ଆଣ୍ଟିବଡି ଟେଷ୍ଟ କିଟଗୁଡ଼ିକ ତ୍ରୁଟିଯୁକ୍ତ ରିପୋର୍ଟ ବାହାରୁ ଥିବାରୁ ଗତ ମଙ୍ଗଳବାର ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମଆର) ପକ୍ଷରୁ ଏ ଗୁଡ଼ିକର ବ୍ୟବହାରକୁ ଦୁଇଦିନ ପାଇଁ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଏସବୁ ଟେଷ୍ଟ କିଟ୍ ବ୍ୟବହାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଏହି କିଟ ପରୀକ୍ଷା ପାଇଁ ଆଇସିଏମଆର ପକ୍ଷରୁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି।

Related Posts

About The Author

Add Comment