ବେଜିଂ, ୨୫/୦୩ (ସନ୍ଧାନ ନିୟୁଜ): ଚୀନ୍ରୁ ଆସିଥିବା କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଏବେ ପୁଣି ଏକ ନୂଆ ଚୀନ ଭାଇରସ୍ ଆସିଛି। ଏଥିରେ ଜାଣଙ୍କର ଜୀବନ ବି ଯାଇଛି। ଏବେ ଏହି ଭାଇରସ୍ ବି ସାରା ବିଶ୍ୱର ମୁଣ୍ଡବଥାର କାରଣ ହେଲାଣି। ଏହି ନୂଆ ଭାଇରସ୍ର ନା ହେଲା ‘ହନ୍ତା’। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତ ସନ୍ଦିଗ୍ଧଙ୍କୁ ପରୀକ୍ଷା କରାଯାଇଛି।
ଚାଇନାର ଗ୍ଲୋବାଲ ଟାଇମ୍ସ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ, ୟୁନ୍ନାନ ପ୍ରଦେଶର ଜଣେ ବ୍ୟକ୍ତି ବସ୍ରେ କିଛି କାମ ପାଇଁ ଶାନଡୋଙ୍ଗ ପ୍ରଦେଶକୁ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ବସ୍ରେ ଥିବା ଅନ୍ୟ ୩୨ ଜଣ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେମାନଙ୍କର ପରୀକ୍ଷା ନୀରିକ୍ଷା କରାଯାଇଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଭାଇରସ ବ୍ୟାପିବା ନେଇ ଆତଙ୍କ ଖେଳି ଯାଇଛି। ସେହିପରି ଏହି ହନ୍ତା ଭାଇରସ କରୋନା ଭଳି ମହାମାରୀ ରୂପ ନେଇପାରେ ବୋଲି ଭୟଭୀତ ଥିବା ଲୋକେ ଆଶଙ୍କା କରୁଛନ୍ତି।
ଲୋକମାନେ କହିଛନ୍ତି, ଯଦି ଚାଇନାର ଲୋକମାନେ ଜୀବଜନ୍ତୁଙ୍କୁ ଜୀବନ୍ତ ଅବସ୍ଥାରେ ଖାଇବା ବନ୍ଦ ନକରନ୍ତି,ତା’ହେଲେ ସାରା ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।
ଶିବମ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ଚାଇନାର ଲୋକମାନେ ଏବେ ଆଉ ଏକ ମହାମାରୀ ଭାଇରସ ଉପରେ କାମ କରୁଛନ୍ତି। ଏହି ହନ୍ତା ଭାଇରସ ମୂଷା ଖାଇବା ଦ୍ୱାରା ହୋଇଥାଏ।”
ବିଶେଷଜ୍ଞଙ୍କ ମତରେ କରୋନା ଭଳି ହନ୍ତା ଭାଇରସ ମନୁଷ୍ୟ ଜାତି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। କରୋନା ଭଳି ଏହା ବାୟୁରେ ବ୍ୟାପେ ନାହିଁ। କିନ୍ତୁ ମୂଷାର ମଳ, ମୂତ୍ର, ଓ ଲାଳ କିମ୍ବା କାମୁଡ଼ା ଯୋଗୁ ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।
ଏଗୁଡ଼ିକ ସଂସ୍ପର୍ଶରେ ଆସିବା ପରେ ଯଦି ଜଣେ ବ୍ୟକ୍ତି ତା’ର ଆଖି, ନାକ କିମ୍ବା ମୁହଁକୁ ଛୁଇଁବ, ତା’ହେଲେ ତାଙ୍କ ଶରୀରରେ ହନ୍ତା ଭାଇରସ ପ୍ରବେଶ କରିବାର ଆଶଙ୍କା ବଢ଼ିଯିବ। ସେହିପରି ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନେ ଦୀର୍ଘ ଦିନ ଧରି ଥଣ୍ଡା କାଶ, ମୁଣ୍ଡ ବିନ୍ଧା ଓ ଶ୍ୱାସ ଜନିତ ସମସ୍ୟା ଦେଖାଯିବ।