ଚିଙ୍ଗୁଡ଼ି ଚାଷୀ ଙ୍କ ନିଦ ହଜେଇଛି ବନ୍ୟାଜଳ

Spread the love

ଚାନ୍ଦବାଲି: ୩୧/୦୮ (ସନ୍ଧାନ ନିଉଜ) (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ମାନଙ୍କ ରେ ଚିଙ୍ଗୁଡ଼ି ଚାଷୀ ମାନେ  କିଛି ଦିନ ହେଲା ଚାଷ ଜମି ଗୁଡ଼ିକୁ ନିଜ ଅକ୍ତିଆର କୁ ନେଇ ନିଜ ର ବ୍ୟବସାୟ ଆରମ୍ଭ କରିଥିଲେ। ତାହିଁ ମଧ୍ୟରୁ ନାନ୍ଦପୁର, ତେନ୍ତୁଲିଦିହ, ଆରଡ଼ି ଆଦି ପଞ୍ଚାୟତ ମାନଙ୍କର ବିଭିନ୍ନ ଚାଷଜମି ଚାଷ ଉପଯୋଗୀ ନହେବାରୁ ଚାଷୀ  ମାନେ  ବାରମ୍ବାର      ଆଶାନୁମୁତାବକ ଅମଳ ନ ପାଇବାରୁ   ନିଜର ଜମି ଗୁଡ଼ିକୁ ଚିଙ୍ଗୁଡ଼ି ଚାଷୀ ମାନଙ୍କ  ସହିତ ଚୁକ୍ତିନାମା କରି ତାଙ୍କ ହାତକୁ ଟେକି ଦେଇଥିଲେ। ପ୍ରଥମ ଥର ପାଇଁ ଚିଙ୍ଗୁଡ଼ି ଚାଷର ଶୁଭ ଆରମ୍ଭ କରୁ କରୁ ବନ୍ୟା ଜଳ ର ତୁରନ୍ତ ପ୍ରବେଶ ଯୋଗୁ ସମସ୍ତ ଚିଙ୍ଗୁଡ଼ି ଘେରି ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଘେରି ମାନଙ୍କରେ ଜାଲ ଘେରା ନ ହେଇଥିବା ଯୋଗୁ ମାଛ ଗୁଡ଼ିକ ବନ୍ୟା ଜଳରେ ବାହାର କୁ ଭାସି ଚାଲିଯାଇଥିବା ଲୋକେ କହିଛନ୍ତି । ଏପରି ସମସ୍ୟା ପାଇଁ କିଛି ଚାଷୀ ତରବରିଆ ଭାବେ ନିଜର ମୂଳଧନ ହାସଲ କରିବା ପାଇଁ ମାଛ ଗୁଡ଼ିକୁ ବିକ୍ରି କରି ଦେଇଥିଲେ। ଆଶା ଅନୁଯାୟୀ ଲାଭ ନହେଲେ ମଧ୍ୟ କିଛି ଚିଙ୍ଗୁଡ଼ି ଚାଷୀ କ୍ଷତିରୁ ବଞ୍ଚି ଯାଇଥିବା ଆଶା କରାଯାଉଛି।

Related Posts

About The Author

Add Comment