ଚିକିତ୍ସା ଅବେହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ; ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା

Spread the love

ଧର୍ମଶାଳା, ୧୪/୫ (ସନ୍ଧାନ ନିୟୁଜ) : ଚିକିତ୍ସା ଅବେହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ। ଫଳରେ ଉତ୍ୟକ୍ତ ଲୋକମାନେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଧାରଣାରେ ବସିଥିଲେ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ। ଅଭିଯୋଗ ଅନୁଯାୟୀ ଭବାନୀପୁର ଗାଁର ବିକ୍ରମ ବେହେରାଙ୍କ ସ୍ତ୍ରୀ ଅଂଜଳିଙ୍କ ପ୍ରସବ ବେଦନା ହେବାରୁ ପରିବାରଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ ଓ କର୍ମଚାରୀମାନେ ମହିଳାଙ୍କ ପ୍ରସବ କରାଇଥିଲେ।ଏହାପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆଯିବାକୁ କୁହାଯାଇଥିଲା। ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପରିବାରଲୋକେ ଉତ୍ୟକ୍ତ ହୋଇ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ। ପରେ ଧର୍ମଶାଳା ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

Related Posts

About The Author

Add Comment