ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

Spread the love

ଚିତ୍ରଡ଼ା,27.11.2020(ଲିଙ୍ଗରାଜ ପଣ୍ଡା): ମୋରଡ଼ା ବ୍ଲକ୍ ” କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋଗୀଙ୍କ ପରିବାର ଲୋକେ ଓ ଉତ୍ୟକ୍ତ ଗ୍ରାମବାସୀ ଏହାର  ପ୍ରତିବାଦରେ ଡାକ୍ତରଖାନାରେ ବିକ୍ଷୋଭ  ପ୍ରଦର୍ଶନ କରିବା ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ । କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ସୂଚନା ଅନୁଯାୟୀ, ଏହି ବ୍ଲକ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଡାକୋଇ  ଗ୍ରାମର  ନାରାୟଣ ଚପେୟାର ଓରଫ ଟିକୁ(୩୨)ଙ୍କ ଝାଡ଼ାବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ଗତ ବୁଧବାର ସନ୍ଧ୍ୟାରେ ଡାକ୍ତରଖାନା ଆଣିଥିଲେ ତେବେ ଦାୟିତ୍ବରେ ଥିବା ଡାକ୍ତର ରୋଗ ସମ୍ପର୍କରେ ନପଚାରି କୁଆଡ଼େ ରୋଗୀଙ୍କୁ ବାରିପଦା ସ୍ଥାନାନ୍ତର କରିବାକୁ କହିଥିଲେ  ପରିବାର ଲୋକେ ବାରିପଦା ନେବାକୁ ଗାଡ଼ି ଖୋଜିବା ଭିତରେ ହିଁ ଟିକୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ନିରୁପାୟ ହୋଇ ପରିବାର ଲୋକେ ଶବକୁ ଘରକୁ ନେଇଯାଇଥିଲେ। ତେବେ ଡାକ୍ତର ଚିକତ୍ସା କରିନଥିବା ବେଳେ ଟିକୁଙ୍କୁ ସାଲାଇନ ଏବଂ ଇଞ୍ଜକ୍ସନ ଦେଇ ଚିକିତ୍ସା କରିଥିବା ଡାକ୍ତରଖାନା କପକ୍ଷ ରିପୋର୍ଟ କରିଥିବା ଆଜି ଜାଣିବାକୁ  ପାଇଥିଲେ ପରିବାର ଲୋକେ ଏହାକୁ ନେଇତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ବାରିପଦା ସ୍ଥାନାନ୍ତର କରିବାକୁ କହି ଚାଲି ଯାଇଥିବା ଡାକ୍ତର କେତେବେଳେ ସାଲାଇନ ଓ ଇଞ୍ଜକ୍ସନ ଦେଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହି ସମୟରେ ସାଂସଦ ଇଂ. ବିଶେଶ୍ବର ଟୁଡୁ କିଶାନ ତାଣ୍ଡି ଡାକ୍ତରଖାନା ପରିଦର୍ଶନରେ |ଆସିଥିବା ବେଳେ ତାଙ୍କ ନଜରକୁ ଆସିଥିଲ। ଘଟଣା। ସେ ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଘଟଣାର ଯାଞ୍ଚ ପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ମୃତକଙ୍କ ପରିବାର ପକ୍ଷରୁ କିଶାନତାଣ୍ଡି ଡାକ୍ତରଖାନା ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ବିଧିବଦ୍ଧ ଅଭିଯୋଗ କରାଯାଇଛି। ଶୀଘ୍ର କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ଏହି ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ କିନ୍ତୁ ଚିକିତ୍ସା ଅବହେଳାକୁ – ଖଣ୍ଡନ କରିଛନ୍ତି ଏହି ଡାକ୍ତରଖାନାରେ ଏମିତି ଅଭିଯୋଗ ବାରମ୍ବାର ଆସୁଥିବାରୁ  ସ୍ବାସ୍ଥ୍ୟସେବାର ମାନକୁ ନେଇ ଉଠିଛି ପ୍ରଶ୍ନବାଚୀ।

Related Posts

About The Author

Add Comment