ଚିକିତ୍ସା ଅବହେଳାକୁ ନେଇ ରୋଗୀ ମୃତ୍ୟୁ ଅଭିଯୋଗ

Spread the love
ରାଉରକେଲା,୨୯/୦୬ (ସନ୍ଧାନ ନିଉଜ) : ଚିକିତ୍ସା ଅବହେଳା ନେଇ ରୋଗୀଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋ ହାଲ୍ଲା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଏବଂ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ବିକ୍ଷୋଭ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ଡ଼ିଏସପିଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ମେଡିକାଲ ପରିସରରେ ମୁତୟନ କରାଯାଇଛି ।  ମାଲଗୋଦାମ ଅଞ୍ଚଳରେ ଜଣେ ଯୁବକ ହରିଶ କାଣ୍ଟିଆ ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତର ଏବଂ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା । କାର୍ଯ୍ୟାନୁଷ୍ଠାନ ନହେବାରୁ ସୋମବାର ମେଡିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Related Posts

About The Author

Add Comment