ଚା ଦୋକାନୀରୁ ହୋଇଗଲେ ଫଳ ବେପାରୀ

Spread the love

ମାଲକାନଗିରି, ୧୩/୦୪/୨୦ (ସନ୍ଧାନ ନିଉଜ) : ସମଗ୍ର ବିଶ୍ୱରେ କରୋନା କାୟା ମେଲି ଲକ ଡାଉନ ହୋଇଥିବା ବେଳେ ହୋଟେଲ,ଜଳଖିଆ,ଚା ଦୋକନ ସହି ତ ଅନ୍ୟାନ ଦୋକାନଗୁଡିକ ବନ୍ଦ କରାଯାଇଥିବାରୁ ଜଣେ ଦୋକାନୀ ନିଜର କୌଳିକ ବୃତିକୁ ହରାଇ ପୋଟ ପାଇଁ ଅନ୍ୟବେପାର କୁ ଆଦରି ନେଇଛନ୍ତି । ପେଟ ପୋଷ ନାହିଁ ଦୋଶ ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଡିଏନକେ ଛକ ନିକଟରେ । ତାରିଣୀ ପ୍ରଧାନ(୪୫) ନାମକ ଜଣେ ବ୍ୟକ୍ତି ତାଙ୍କର ବାପା ଗୋଷାପ ଅମଳରୁ ଚା ଦୋକାନ କରି ପରିବାର ପ୍ରତିଷୋଣ କରିଆସୁଥିଲେ । କରୋନା ର ଲକ ଡାଉନ ହୋଇଥିବାରୁ ଜିଲ୍ଲାରେ ସମସ୍ତ ଚା ଦୋକାନ ଗୁଡିକ ବନ୍ଦକରିଦିଆ ଗଲା । ଶ୍ରୀ ପ୍ରାଧାନଙ୍କ ୬ପ୍ରାଣୀ କୁଟୁମ୍ବ ସେଇ ଚା ଦୋକାନଉପରେ ନିର୍ଭରକରି ଚଳୁଥିଲେ । ଚା ଦୋକାନ ବନ୍ଦ ହୋଇଯିବାରୁ ସେ କିଛି କାମ ନପାଇ ଘରେ ବସି ରହିଲେ, କେତେ ଦିନ ବା ଘରେ ବସି ରହିବେ ,ଘରେ ଯାହା ଟଙ୍କା ପଇସା ଥିଲା ସବୁ ସରିଗଲା କଣ କରିବେ ସେ ଚିନ୍ତାରେ ଥିବା ବେଳେ ତାଙ୍କର ଜଣେ ଫଳବ୍ୟବସାୟୀ ବନ୍ଧୁ କହିଲେ ତୁମେ ନଡିଆ କଦଳୀ, ଫଳ ବେପାର କଲେ ପୁଲିସ ଧରିବ ନାହିଁ,ଏହା ବେପାର କର ତୁମାକୁ ବାକିରେ ମୁ ଯେଗାଡ କରିଦେବି, ତାରିଣି କହିଲେ ଆମ ବାପା ଗୋଷାପ ଅମଳରୁ ଚା ଦୋକା କରି ଚଳିଆସୁଛୁ, ଏହା କିପିରି କରିବି, ଦିନକୁ ଚା ବିକ୍ରୀ କରି ପ୍ରାୟ୨ହଜାର ଟଙ୍କା ରୋଜଗାର କରୁଥିଲି, ସେଥିରେ ମୋ ପରିବାର ଙ୍କ ପେଟକୁ ଦାନାଯୋଗଢ କରିବାରେ କିଛି ଅସୁବିଧା ହେଉନଥିଲା,ଏବେ ଫଳ ବେପାର କଲେ କଣ ପେଟ ପୋଷିହେବ ,ଘରେ ବସିବା ଅପେକ୍ଷା ପରୀକ୍ଷା ମୁଳକ ଭାବେ ଦେଖ ବୋଲି ତାଙ୍କ ସାଙ୍ଗ କହିଲେ । ଡିଏନକେ ସବ ର୍ଶିକ୍ଷାଅଭି ଯାନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବରଗଛ ମୂଳରେ ଏବେ ତାରାଣୀ ନିଜ ପେଟ ପାଇଁ କୌଳିକ ବୃତିକୁ ପଛରେ ପକାଇ ଫଳବେପାର ଆରମ୍ଭ କରିଦେଇଛନ୍ତି ।ସେଓ,କଦଳୀ,ନଡିଆ, ଅଙ୍ଗୁର,କମଳା,ସପେଟା ଆଦି ଫଳ ଆଣି ଗ୍ରାହକ ମାନଙ୍କୁ ରିହାତି ମୂଲ୍ୟରେ ଫଳ ଯୋଗାଇ ଦେଉଛନ୍ତି ।ତାରୀଣି ଚା କହିଲେ ମାଲକାନଗିରି ସହରରେ ବେଶ ନା ଥିଲା, ସକାଳେ ସଂନ୍ଧ୍ୟାରେ ତାଙ୍କ ଦୋକାନ ନିକଟରେ ଚା,କଫି ଟିକିଏ ପିଇବା ପାଇଁ ଗ୍ରାହକ ମାନଙ୍କର ପ୍ରବଳ ଭିଡ ଲାଗି ଯାଉଥିଲା । ଏବେ ଗ୍ରାହକ ମାନେ ତାରୀଣିକୁ ଫଳବେପାରି ରୁପରେ ଦିଖି କରୋନା ଲକ ଡାଉନ ତାରୀଣି ଚା ଦୋକାନୀ ରୁ ବଦଳାଇ ଦେଲା ଫଳବେପାରିକୁ ବୋଲି କହୁଛନ୍ତି । ଆଗ ଚା ଦୋକାନ ପରି ସେମିତି ବେପାର ହେଉନାହିଁ, ଏବେ ଲକ ଡାଉନ ପାଇଁ ମନ୍ଦିରଗୁଡିକ ବନ୍ଦ ହୋଇ ଯାଇଥିବାରୁ ପୂଜାପାଠ କମି ଯାଇଛି, କିଏ କେତେବେଳେ କେମିତି ଘରେ ଖାଇବା ପାଇଁ ଫଳ ଦରକାର ହଲେ କିଣୁଛନ୍ତି । ତଥାପି ନିଜ ପରିବାର ଚଳାଇବା ପାଇଁ କିଛି ତ କରିବାକୁ ପଡିବ ତେଣୁ ଘରେ ବେକାର ହୋଇ ନ ବସିରହି ଲକ ଡାଉନର ସବୁ ନିୟମ ମାନି ମୁହଁରେ ମାସ୍କ ,ହାତରେ ଗ୍ଲୋବ୍ସ ପିନ୍ଧିି , ସାମଜିକ ଦୂରତା ରକ୍ଷାକରି ଗଛମୂଳରେ ଫଳ ବେପାର ଆରମ୍ଭ କରିଦେଇଛନ୍ତି ତାରୀଣି ଚା ଦୋକାନୀ ।

Related Posts

About The Author

Add Comment