ଭଦ୍ରକ ୨୦/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ତିହିଡି ବ୍ଲକର ୩୧ ଟି ପଞ୍ଚାୟତରେ ୪୦୦ ରୁ ଅଧିକ ବୁଲା ଷଣ୍ଢଙ୍କ ପାଇଁ ଚାଷୀମାନେ ତ୍ରାହି ତ୍ରାହି ଡାକିଲେଣି । ଏମାନଙ୍କ ପାଇଁ ଚାଷ ଉଜୁଡି ଯାଉଛି । ଖରିଫ ଚାଷ ବ୍ୟତୀତ ରବିଚାଷ , ଡାଲି ଜାତୀୟ ଚାଷ, ପନିପରିବା କରିବାକୁ ଡରୁଛନ୍ତି । ଯଦି ଏହି ୪୦୦ ରୁ ଅଧିକ ବୁଲା ଷଣ୍ଢଙ୍କୁ ଗୋଟିଏ ଜାଗାରେ ୟାର୍ଡ କରି ରଖାଯାଇ ପାରନ୍ତା ତେବେ ଚାଷର ଉନ୍ନତି ହୋଇପାରନ୍ତା ବୋଲି କହିଛନ୍ତି ସମାଜସେବୀ ରଘୁନାଥ ପଣ୍ଡା । ଚାଷୀଙ୍କ ପାଇଁ ଏକ ସମସ୍ୟା ରୂପେ ମୁଣ୍ଡ ଟେକିଛି ଷଣ୍ଢଙ୍କ ପାଦୁଭାବ । ଏହି ଷଣ୍ଢଙ୍କ ପାର୍ଦୁଭାବ ଯୋଗୁଁ ଚାଷ ଉଜୁଡି ଯିବାକୁ ବସିଛି । କେବଳ ଚାଷୀଙ୍କ ପାଇଁ ନୁହେଁ ଏହି ଷଣ୍ଢମାନେ ଏବେ ଧନ ଜୀବନକୁ ଦୁର୍ବିସୟ କରି ପକାଇଲେଣି । ଗାଁ ଗହଳି ଠୁଁ ଆରମ୍ଭ କରି ସହର ବଜାର ଏପରିକି ରାଜ ରାସ୍ତାରେ ମଧ୍ୟ ଏହି ଷଣ୍ଢଙ୍କ ପାର୍ଦୁଭାବ ଏତେ ବଢିଯାଇଛି ଯେ ଯାହାକୁ ନେଇ ସମସ୍ତେ ଅସୁରକ୍ଷିତ ସୋଇପଡିଛନ୍ତି । କେବଳ ଯେ ଷଣ୍ଢଙ୍କୁ ନେଇ ଅନ୍ୟମାନେ ଅସୁରକ୍ଷିତ ଅଛନ୍ତି ତାହା ନୁହେଁ । ଷଣ୍ଢମାନେ ମଧ୍ୟ ନିଜକୁ ନିଜେ ସୁରକ୍ଷିତ ମଣୁ ନାହାନ୍ତି । ବିଶେଷ କରି ଗତ କିଛି ବର୍ଷ ଧରି ଏହି ଷଣ୍ଢଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚାଷ କାର୍ଯ୍ୟରେ ବଳଦର ଆଉ ଆବଶ୍ୟକତା ନଥିବା ବେଳେ ଲୋକମାନେ ଆଉ ଆଗ ଭଳି ଗୋରୁଗାଈ ରଖୁ ନାହାନ୍ତି । ତଥାପି ଆଗ ଅପେକ୍ଷା ଏବେ ଷଣ୍ଢଙ୍କ ସଂଖ୍ୟା ବୃଦ୍ଧି ପାଉଛି । କାରଣ ଲୋକେ ଏବେ କେବଳ କ୍ଷୀର ଖାଇବା ପାଇଁ ଯେଉଁ ଗୋପାଳନ କରୁଛନ୍ତି ତାହା ଏହି ଷଣ୍ଢ ସଂଖ୍ୟା ବୃଦ୍ଧିର କାରଣ ହୋଇଛି । ଜର୍ସି ଗାଈ ମାନଙ୍କ ଠାରୁ ଯେଉଁ ଅଣ୍ଡିରା ବାଛୁରୀ ଜନ୍ମ ନେଉଛି ତାହା କେଉଁ କାର୍ଯ୍ୟରେ ଆସୁ ନାହାନ୍ତି । ଗାଈ କ୍ଷୀର ଛାଡିଗଲା ପରେ ଲୋକେ ଏହି ଅଣ୍ଡିରା ବାଛୁରୀ କୁ ପଦାରେ ଛାଡ଼ି ଦେଉଛନ୍ତି । ଏମାନେ ସମୟ କ୍ରମେ ଷଣ୍ଢ ହୋଇ ଉପଦ୍ରବ ଆରମ୍ଭ କରୁଛନ୍ତି । ଏହି ଷଣ୍ଢ ମାନଙ୍କୁ ଯୋଗୁଁ ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ରବି ଫସଲ ଏପରିକି ଖରିଫ ଧାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଯାହାକୁ ନେଇ ବହୁ ଚାଷୀ ଆଉ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଖାଲି ସେତିକି ନୁହେଁ, ଏହି ଷଣ୍ଢମାନେ ଏବେ ରାସ୍ତା ଦୁର୍ଘଟଣା ମୁଖ୍ୟ କାରଣ ସାଜିଛନ୍ତି । ବଜାର,ଛକ ଏବଂ ରାଜ ରାସ୍ତାର ମଝିରେ ଏମାନେ ଶୋଇ ରହିବା ସହ ରାସ୍ତା କାମ କରି ରଖୁଛନ୍ତି । ଯାହା ଫଳରେ ରାତିରେ ଆସୁଥିବା ଦ୍ରୁତଗାମୀ ଟ୍ରକ,ବସ୍, ଗୁଡ଼ିକ ଏମାନଙ୍କୁ ଧକ୍କା ଦେଉଛି । ଏପରିକି ଅନେକ ବାଇକ ଆରୋହୀ ମଧ୍ୟ ଷଣ୍ଢଙ୍କୁ ଧକ୍କା ଦେଇ ମୃତ୍ୟୁବରଣ କରିବା ସହ ଗୁରୁତର ଆହତ ହୋଇ ଚକିତ ହେଉଥିବା ନଜରକୁ ଆସୁଛି । ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ସରକାରୀ ଗୋଚର ଜମି ଗୁଡିକରେ ଯଦି ଷଣ୍ଢମାନଙ୍କୁ ରହଣି ପାଇଁ ୟାର୍ଡ ପ୍ରସ୍ତୁତ କରାଯାଆନ୍ତା ସେମାନେ ସେଠାରେ ସୁରକ୍ଷିତ ଭାବେ ରହିବା ସହ ଚାଷୀଙ୍କ କ୍ଷତି କରି ପାରନ୍ତେ ନାହିଁ । ଏହି ଷଣ୍ଢ ୟାର୍ଡରେ ସମସ୍ତ ବୁଲା ଷଣ୍ଢ ମାନଙ୍କୁ ଛାଡ଼ି ଦେଇ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇ ପାରିଲେ ଷଣ୍ଢମାନେ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ । ଏହି ୟାର୍ଡ ମଧ୍ୟରେ ଚରଣ ଭୂଇଁ ସାଙ୍ଗକୁ ଘାସ ଚାଷ କରାଗଲେ ସେମାନେ ଆଉ ବାହାରକୁ ଯାଇ ଫସଲ ନଷ୍ଟ କରିବେ ନାହିଁ । ୟାର୍ଡରେ ଏମାନଙ୍କ ଦେଖାଶୁଣା ସହ ସେମାନଙ୍କ ଠାରୁ ଉପନ୍ନ ହେଉଥିବା ଗୋଚର ଆଦିକୁ ସଂଗ୍ରହ କରାଯାଇ କମ୍ପୋଷ୍ଟ ତିଆରି କରାଗଲେ ଚାଷୀମାନେ ମଧ୍ୟ ଉପକୃତ ହୋଇପାରିବେ ।
ତିହିଡି ବ୍ଲକର ପାଖାପାଖି ୪୦୦ ଷଣ୍ଢ ଏବେ ଛକ ବଜାରରେ ଉପଦ୍ରବ କରୁଛନ୍ତି । ବ୍ଲକରେ ପାଖାପାଖି ୪୦ହଜାର ଚାଷୀ ଅଛନ୍ତି । ପ୍ରତ୍ୟେକ ଚାଷୀ ୧୦ ଟଙ୍କା ଲେଖାଏଁ ଦିଅନ୍ତି ତାହା ହେଲେ ସର୍ବନିମ୍ନ ୪ ଲକ୍ଷ ଟଙ୍କା ସଂଗୃହିତ ହୁଅନ୍ତା । ଷଣ୍ଢ ମାନଙ୍କର ଗୋବରରୁ ବିକ୍ରି କରାଯାଉ ଅର୍ଥ ଆଦାୟ ସହ କମ୍ପୋଷ୍ଟ ଖତ ଚାଷୀ ମାନେ ପାଇଁ ପାରନ୍ତେ । ଏହି ଅର୍ଥରେ ଷଣ୍ଢ ୟାର୍ଡର ପରିଚାଳନା ଖର୍ଚ୍ଚ ମଧ୍ୟ ମେଣ୍ଟନ କରାଯାଇ ପାରନ୍ତା । ଏ ଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କଲେ ଷଣ୍ଢମାନେ ସୁରକ୍ଷିତ ହେବା ସହ ଚାଷୀ ବି ସୁରକ୍ଷିତ ହୋଇପାରନ୍ତେ । ତିହିଡି ମାଟିଆସାହି ରାସ୍ତାର ଗୋଚର ଜମିରେ ଏହି ୟାର୍ଡ ହୋଇପାରନ୍ତା,ଜୋହ୍ନ,ଅମରନଗର ଆଦି ସ୍ଥାନରେ ବି ଏହା କରାଯାଇ ପାରନ୍ତା ବୋଲି ସମାଜସେବୀ ରଘୁନାଥ ପଣ୍ଡା ନିବେଦନ କରିଛନ୍ତି ।