ବାରିପଦା, 01.12.2020 (ଲିଙ୍ଗରାଜ ପଣ୍ଡା): ବିଶୋଇ ଥାନା ଅନ୍ତର୍ଗତ ମଣଦାସ୍ଥ କଳିଙ୍ଗ ଡିଗ୍ରି କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥ କଡ଼ ଏକ ବିଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିଲା। ଆଜି ସକାଳେ ସ୍ଥାନୀୟ କିଛି ଲୋକ ଶବ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ଓ ମଣଦା ଫାଣ୍ଡିର ଅଧିକାରୀଙ୍କ ସହ ରାଇରଙ୍ଗପୁରର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶକୁନ୍ତଳା । ହାଁସଦା ଘଟଣାସ୍ଥଳ ପହଞ୍ଚିଥିଲେ । ଶବ ଜବତ କରାଯାଇଥିବା ବେଳେ ବିଶୋଇ ଥାନାରେ ୨୬|୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ; ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ସେ ମଣଦା ଅଞ୍ଚଳରେ ବୁଲୁଥିବା କିଛି ଲୋକ ଦେଖିଥିବା କହିଛନ୍ତି। ସେହିପରି କୁଳିଅଣା ଥାନା ଅନ୍ତର୍ଗତ ଜିଆଣି ଗ୍ରାମ ଉପକଣ୍ଠ ଚାଷ ଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍ଗାଧିଆ ଗ୍ରାମର ବାଘରାୟ ମୁର୍ମୁଙ୍କ ପୁଅ ଫାଗୁ(୩୦)। ଫାଗୁ ଆଜକୁ ୫/୬ ବର୍ଷ ହେଲା ନିଜ ଶ୍ବଶୁର ଘର ଜିଆଣିରେ ରହୁଥିଲେ। ସେ ଗତକାଲି ସକାଳୁ କାମ କରିବା ପାଇଁ ଯାଇ ରାତିରେ ଘରକୁ ଫେରିନଥିଲେ। ଆଜି ପୂର୍ବାହ୍ନରେ ଫାଗୁ ଉକ୍ତ ଚାଷ ଜମିରେ ମରି ପଡ଼ିଥିବାର ତା’ଙ୍କ ଅଜା । ଶ୍ବଶୁର ଠୁମ୍ଭ ମୁର୍ମ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ କୁଳିଅଣା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଜାନି ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପାଠାଇଛନ୍ତି। ପୁଲିସ କେସ୍ ନଂ ୫୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।