ସୁକିନ୍ଦା/୧୯/୧୧/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମପଞ୍ଚାୟତ ଅଧିନ କଇଥା ଗ୍ରାମରେ ଆଜି ସକାଳୁ ସକାଳୁ ସୁକିନ୍ଦା ବନ ବିଭାଗ ଏକ ବଜ୍ରକାବତ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।ଘଟଣାରୁ ପ୍ରକାଶ ସେହି ଗ୍ରାମର ଅମ୍ବୁଜ କୁମାର ମଳିକ ଗତ ରାତ୍ରିରେ ଘର ପାଖରେ ଥିବା ନିଜ ଚାଷ ଜମିକୁ ଷଣ୍ଢ ଜଗିବାକୁ ଯାଇଥିବା ବେଳେ ରାତି ପ୍ରାୟ ୧୧.୩୦ ସମୟ ହେବ ବିଲ ଚାରିପାଖରେ ଆବଧ କରିଥିବା ଜାଲରେ ୧୦/୧୨/କେଜି ହେବ ଏକ ବଜ୍ରକାବତଟି ଛନ୍ଦି ହୋଇ ରହିଯାଇଥିଲା । ଅମ୍ବୁଜ ଗ୍ରାମର କିଛି ସାଙ୍ଗ ମାନଙ୍କୁ ଡାକି ବଜ୍ରକାବତ ଟିକୁ ଜାଲରୁ ବାହାର କରି ନିଜ ଘରକୁ ନେଇ ଆସିଥିଲେ ।ରାତି ଅଧିକ ହୋଇଥିବାରୁ ବନ ବିଭାଗ ଙ୍କୁ ଖବର ଦେଇପାରି ନଥିଲେ । ସକାଳ ହେବାରୁ ଗ୍ରାମବାସୀ ଓ କିଛି ସମାଜ ସେବୀଙ୍କ ଦ୍ଵାରା ନିକଟସ୍ଥ ସୁକିନ୍ଦା ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ସୁକିନ୍ଦା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାବତ ଟିକୁ ଉଦ୍ଧାର କରିଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ବଜ୍ରକାଵତ ଟିକୁ ନିକଟସ୍ଥ ସୁକିନ୍ଦା ଜଙ୍ଗଲରେ ଛାଡ଼ିଦେବେ ବୋଲି ଶୁଣିବାକୁ ମିଳୁଛି ।
ଚାଷ ଜମିରେ ଘେର ଦିଆଯାଇଥିବା ଜାଲରେ ଛନ୍ଦି ହୋଇ ରହିଲା ବଜ୍ରକାଵତ ,ଉଦ୍ଧାରକରି ବନ ବିଭାଗକୁ ହସ୍ତାନ୍ତର
|
November 19, 2021 |