ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩୦ ନୋଡାଲ ଅଫିସର ନିଯୁକ୍ତ

Spread the love

ଭୁବନେଶ୍ୱର, ୧୬/୦୪/୨୦ (ସନ୍ଧାନ ନିଉଜ) : କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ୩୦ଟି ଜିଲ୍ଲା ପାଇଁ ୩୦ଜଣ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ଏହି ଅଫିସରମାନେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ହ୍ୱାଟସଅପ୍ ମାଧ୍ୟମରେ ଦୈନିକ ରିପୋର୍ଟ ଦେବେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏଭଳି ବ୍ୟବସ୍ଥାର ତଦାରଖକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର କୃଷି ଭବନଠାରେ ବିଭାଗୀୟ ବୈଠକରେ କୃଷିମନ୍ତ୍ରୀ ଅରୁଣ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେ କହିଥିଲେ ଲକଡାଉନ୍ ସମୟରେ ରାଜ୍ୟରେ କୃଷି କାର୍ଯ୍ୟ କିପରି କରାଯିବ ସେଥିପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି ହୋଇଛି। ସାମାଜିକ ଦୂରତ୍ୱକୁ ବଜାୟ ରଖି କୃଷି କାର୍ଯ୍ୟ କରିବାକୁ ପଡ଼ିବ। ଲକଡାଉନ୍ ପାଇଁ ଯେଉଁ ସମସ୍ୟା ଉପୁଜିଛି ତାହାର ତୁରନ୍ତ ସମାଧାନ କରି କୃଷି କାର୍ଯ୍ୟ ପୂର୍ବସ୍ଥିତିକୁ ଫେରାଇ ଆଣିବା ଦିଗରେ କୃଷି ଅଧିକାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବ ଉଚିତ ବୋଲି କହିଥିଲେ।

Related Posts

About The Author

Add Comment