ଚାଷୀ ଙ୍କ ଚିନ୍ତା ବଢାଇ ଲାଣି ଏବର୍ଷ ର ପାଣିପାଗ

Spread the love
ଚାନ୍ଦବାଲି, ୦୩/୦୭/୨୦୨୧ (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) : ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରିବାକୁ ବସିଲାଣି ହେଲେ ଚାଷ ପାଇଁ ଆଶାନୁରୂପ ବର୍ଷା ଏଯାଏ ହୋଇନାହିଁ। ବର୍ଷାଭାବ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ସହିତ ତିହିଡି ବ୍ଲକ ରେ କିଛି ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଚାଷୀମାନେ ବର୍ଷାକୁ ଚାହିଁ ବସିଛନ୍ତି। ଯାହା କିଛି ବର୍ଷା ହୋଇଛି ତାହା ଚାଷ ଉପଯୋଗୀ ହୋଇନାହିଁ।  ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ।  ବର୍ଷା ଅଭାବରୁ ଅଧିକାଂଶ ଚାଷୀ ବିଲରେ ଧାନ ତଳି ପକାଇ ପାରୁନାହାନ୍ତି। ଆଉ କେତେ ସ୍ଥାନରେ ଗୋଟେ ଥର ତଳି ପକାଇବା ପରେ ବନ୍ୟା ପାଣି ଏହାକୁ ଧୋଇ ନେଇଥିବା ଜଣା ପଡ଼ିଛି। ଏହି ଦୁଇ ର କିଛି ଅଞ୍ଚଳ  ବନ୍ୟାପ୍ଲାବିତ ଅଞ୍ଚଳ। ଚଳିତବର୍ଷ କୃଷି ପାଇଁ ଉପଯୁକ୍ତ ପାଗ ନ ମିଳିବାରୁ ଅଧିକାଂଶ ଚାଷୀ ଚାଷ ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡୁଛି। ଯାହା ବର୍ଷା ହୋଇଥିଲା ତାହା ଶୁଖିବା ପରେ ଚାଷ କାର୍ଯ୍ୟ ବିଳମ୍ବ ଦେଖି ଚାଷୀ ଅଧିକାଂଶ ସ୍ଥାନରେ ତଳି ପକାଇଥିଲେ। ସେଗୁଡ଼ିକ ଶୁଖିଗଲାଣି।  ଚଳିତବର୍ଷ ପାଣିପାଗ  ଧାନ ଚାଷରେ ବାଧକ ହୋଇଛି। ଚାଷଜମି ପଡ଼ିଆ ପଡିଥିବା ବେଳେ ଗୋରୁଗାଈ ଚରୁଛନ୍ତି। ଗଡ଼ିଆ, ପୋଖରୀ, ନାଳ, ନୟନଯୋରୀ ସବୁ ଶୁଖିଲା ପଡ଼ିଛି। ଆରଡ଼ି, ନାନ୍ଦପୁର, ଶ୍ୟାମସୁନ୍ଦର ପୁର, କୋଇଲେଖା, ତଳଦୂମୁକା , ଆଦି ଗ୍ରାମ ଗୁଡିକରେ କେନାଲ ପାଣିର କୌଣସି ସୁବିଧା ନଥିବାରୁ ଏହି ଅଞ୍ଚଳ ଗୁଡିକ ବିନା ବର୍ଷା ରେ ଚାଷ ଉପଯୋଗୀ ହୋ ଇପାରୁନାହିଁ ।

Related Posts

About The Author

Add Comment