ସୁନ୍ଦରଗଡ ତା:୨୪/୮/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲାରେ ଚାଷ ସମୟରେ ଚାଷୀଙ୍କୁ ସାର ଯୋଗେଇ ପାରୁ ନଥିବା ଅଭିଯୋଗ କରି ଆସୁଛନ୍ତି ଚାଷୀ ।ସାର କୁ ନେଇ ଅନେକ ବାଟମାରଣା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢିବାରେ ଲାଗିଛି ।ସୂଚନା ଅନୁସାରେ ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିସଂକ୍ରା ବ୍ଲକ ଅନ୍ତର୍ଗତ ବାଲିସଙ୍କରା ଲ୍ୟାମ୍ପସ ପରିସରରେ ସାର କୁ ନେଇ ଏତେ ଉତ୍ତେଜନା ବଢ଼ିଯିବା କାରଣରୁ ବିଭାଗୀୟ ଅଧିକାରୀ ପରମେଶ୍ବର ମହାକୁଲ ତଳସରା ଥାନା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ।ତଳସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଳାପରେ ପରିବେଶ ଶାନ୍ତ ହେବା ଦେଖିବାକୁ ମିଳିଥିଲା । ବାଲିସଂକ୍ରା ବ୍ଲକ ର ପ୍ରାୟ ନଅ ଟି ପଞ୍ଚାୟତର ଆଠ ହଜାରରୁ ଅଧିକ ଚାଷୀ ନିର୍ଭର କରୁଥିବା ବେଳେ ସ୍ଥାନୀୟ ଲ୍ୟାମସ ସାର ଯୋଗାଇବାରେ ଅସମର୍ଥ ଥିବା ସୂଚନା ରହିଛି । ତା ସହିତ ଲ୍ୟାମସ ରେ ସାର ମିଳୁ ନ ଥିବା ବେଳେ ଅଞ୍ଚଳ ରେ ସାର ର କଳାବଜାରୀ କାର୍ଯ୍ୟ ପାଇଁ ଚାଷୀ ଅଧିକ ଦରରେ ସାର କିଣି ହେଉଥିବା ଦେଖିବାକୁ ମିଳୁଛି । ଏହିପରି ଭାବରେ ଭାବରେ ତଳସରା ନିର୍ବାଚନ ମଣ୍ଡଳୀର ଅନେକ ସମବାୟ ବିଭାଗ ସାର ଯୋଗାଇ ପାରୁ ନ ଥିବା ବେଳେ ଚାଷୀ ମହଲରେ ଉତ୍ତେଜନା ଦେଖାଦେଇଛି । ସାର ନ ମିଳିବା କାରଣରୁ ବାଲିସଙ୍କରା ବ୍ଲକ ସହିତ ସବଡେଗା ବ୍ଲକ,ଲେଫ୍ରୀପଡା,ସଦର ବ୍ଲକରେ ଅନେକ ମାତ୍ରାରେ ସାର ର କଳା ବଜାର ହେଉଥିବା ଚାଷୀଙ୍କ ସୂତ୍ରରୁ ଜଣାପଡିଛି । ଭୋର ସକାଳୁ ଚାଷୀ ପରିବାର ଲମ୍ବା ଲାଇନ୍ ଲଗାଇ ମଧ୍ୟ ସାର ମିଳୁ ନ ଥିବା ଅଭିଯୋଗ କରିଛନ୍ତି ।ଏଥିପ୍ରତି ଜିଲ୍ଲା ପ୍ରଶାସନ କୁ ଦୃଷ୍ଟି ଦେବାକୁ ଦାବି ହେଉଛି ।
ଚାଷୀଙ୍କ ପାଇଁ ସରକାର ଯୋଗାଇ ପାରୁନି ସାର,ବାହାର ଦୋକାନରେ ଉଚ୍ଚା ଦରରେ ବିକ୍ରି ହେଉଛି ସାର
|
August 24, 2025 |



