ଚାଷୀଙ୍କୁ ମୂଳରୁ ଭେଣ୍ଡିଲେଣି

Spread the love

ଯାଜପୁର, ୧୯/୧୧ (ସନ୍ଧାନ ନିଉଜ) : ଚଳିତ ବର୍ଷ ଜିଲ୍ଲାରେ ରେକର୍ଡ ପରିମାଣର ଖରିଫ ଧାନ ଅମଳ ହେବ । କୃଷି ବିଭାଗର ଆକଳନ ମୁତାବକ, ଜିଲ୍ଲାରେ ଚଳିତ ବର୍ଷ ଅତି କମ୍ରେ ୨ ଲକ୍ଷ ୭୪ ହଜାର ୧୮୬ ମେଟ୍ରିକ୍ ଟନ୍ ଧାନ ଅମଳ ହେବାର ସମ୍ଭାବନା ରହିଛି । ଏଥି ମଧ୍ୟରୁ ୧ଲକ୍ଷ ୮୩ ହଜାର ୭୦୫ ମେଟ୍ରିକ୍ ଟନ୍ ଧାନ ବଳକା ରହିବ । ଆଜି ଜିଲ୍ଳା ଜାତୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲ୍ଲା ପ୍ରଶାସନ ୧୨୨ ଗୋଟି ପ୍ରାଥମିକ କୃଷି ସମବ୍ୟୟ ସମିତି ଓ ୧୮ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ୮୦ ହଜାର ୧୪୭ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛି ।

ଜିଲ୍ଲା ପ୍ରଶାସନର ଧାନକିଣା ପ୍ରକ୍ରିୟାକୁ ସମୀକ୍ଷା କଲେ ଏହା ସ୍ପଷ୍ଟ ହେବ ଯେ, ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନକୁ ଧାନ କ୍ରୟ ବେଳେ ଗୁରୁତ୍ୱ ମିଳିନାହିଁ । ଯୋଡିକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଆଗ୍ରହ ପ୍ରକାଶ କରିପାରିନାହିଁ । ରାଜ୍ୟ ସରକାର ଚଳିତ ବର୍ଷ ମିଶନ ଶକ୍ତି ଅଭିଯାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନକ୍ରୟ କରିବାକୁ ଘୋଷଣା କରିଥିଲେ । ଯାଜପୁର ଜିଲ୍ଲାଭଳି ସଚେତନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ମାତ୍ର ୧୮ ଗୋଟି ଏସ୍ଏନଜିକୁ ଧାନକିଣା ପ୍ରକ୍ରିୟାରେ ସାମିଲ କରି ନିଜର ଅପାରଜାକୁ ପ୍ରମାଣିତ କରିଛି ।

ଦ୍ୱିତୀୟତଃ, ଜିଲ୍ଲା ପ୍ରଶାସନ ନିଜେ ସ୍ୱୀକାର କରିଛି ଯେ, ଚଳିତ ବର୍ଷ ଧାନ ଅମଳ ହେବ । ଜିଲ୍ଲାରେ ମୋଟ ୧ ଲକ୍ଷ ୮୩ ହଜାର ମେଟ୍ରିକ୍ ଟନ୍ ଧାନ ନିଶ୍ଚିନ୍ତ ବଳକା ରହିବ । କିନ୍ତୁ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ପ୍ରସ୍ତୁତ କରିବାବେଳେ ଜିଲ୍ଲା ପ୍ରଶାସନ ମାତ୍ର ୮୦ ହଜାର ୧୪୭ ମେଟ୍ରିକ୍ ଟନ୍ ଧାନ କିଣିବାକୁ ପ୍ରସ୍ତୁତି ଚଳାଇଛି । ସୁତରାଂ, ଧାନକିଣା ପ୍ରକ୍ରିୟା ଆରମ୍ଭରୁ ହିଁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ଯେ, ଚାଷୀଙ୍କଠାରୁ ଲକ୍ଷାଧିକ ମେଟ୍ରିକ୍ ଟନ୍ ଧାନ କିଣିବାକୁ ସରକାର ସମର୍ଥ ହେବେ ନାହିଁ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷୀଙ୍କ ବଳକା ଧାନକୁ ବେପାରୀ ସରକାରୀ ଦରଠାରୁ କମ୍ ମୂଲ୍ୟରେ ଗାଁ ଗଣ୍ଡାରୁ ଗୋଟେଇ ନେବେ । ସରକାର ଧାନମଣ୍ଡି ଖୋଲିବା ବେଳକୁ ବେପାରୀଙ୍କ ଧାନକୁ ସରକାର କିଣି ଚାଷୀ ବଦଳରେ ବେପାରୀଙ୍କୁ ହିଁ ।

ଚଳିତ ବର୍ଷ ସରକାର ପୂର୍ବବର୍ଷ ଅପେକ୍ଷା କ୍ୱିଂଟାଲ ପିଛା ୬୫ ଟଙ୍କା ଧାନ ଦର ବଢ଼ାଇଛନ୍ତି । ଏହି ବର୍ଦ୍ଧିତ ଦରକୁ ମିଶାଇ ଚାଷୀଙ୍କଠାରୁ ସରକାର ଧାନ କିଣିଲେ କ୍ୱିଂଟାଲ ପିଛା ୧୮୧୫ ଟଙ୍କାରୁ ୧୮୩୫ ଟଙ୍କା ପର୍ଯ୍ୟନ୍ତ ମୁଲ୍ୟ ପାଇପାରିବେ । ଗାଁ ଗଣ୍ଡାରୁ ଚାଷୀଙ୍କଠାରୁ ବେପାରୀ କ୍ୱିଂଟାଲ ପିଛା ୧୪ ଶହ ଟଙ୍କାରେ ଧାନ କିଣି ସରକାରଙ୍କୁ ୧୮ ଶହ ଟଙ୍କାରୁ ଅଧିକ ଦରରେ ବିକ୍ରି କରିବାକୁ ମସୁଧା କରୁଛନ୍ତି । ସରକାର ମଧ୍ୟ ଜାଣିଶୁଣି ବେପାରୀଙ୍କ ପାଇୁଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରି ମଧ୍ୟ ୩୨ ହଜାରରୁ ଅଧିକ ଧାନଚାଷୀଙ୍କ ପାଇଁ ଅଭାବୀ ବିକ୍ରିର ବାଟ ଫିଟାଇ ଦେଇଛି । ଚାଷୀଙ୍କୁ ଏଫଏନୁ୍ୟ (ସାଧାରଣ) ମାନର ଧାନ ନାଁରେ ଧାନକିଣା କେନ୍ଦ୍ରରେ ଶୋଷଣ କରାଯାଉଛି । ଚାଷୀ ଶୁଖିଲା, ପରିଷ୍କାର, ସମରଂଜା, ସମଆକାର ଓ ଏକ କିସମ ଧାମ ଆଣି ମଣ୍ଡିରେ ବିକ୍ରି କରିବାକୁ ଆଗେଇ ଆସୁଥିବା ବେଳେ , , ଯୋଗାଣ ବିଭାଗ ଅଧିକାରୀ, ପାକ୍ସ କତୃପକ୍ଷ ଏହାକୁ ନିକୃଷ୍ଟମାନର ଆଖ୍ୟା ଦେଇ ଦର କାଟି ଦେଉଛନ୍ତି । ଏ ସମ୍ପର୍କରେ ଜିଲ୍ଳା ପ୍ରଶାସନ ଚଳିତ ବର୍ଷ ଦୃଷ୍ଟି ଦେବାକୁ ଚାଷୀକୁଳ ଦାବି କରିଛନ୍ତି ।

Related Posts

About The Author

Add Comment