ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଚାଷୀ ମୁଲିଆ ସଂଘର ତହସିଲ ଘେରାଉ

Spread the love

ଭଦ୍ରକ,୨୨/୧୧ (ସନ୍ଧାନ ନିୟୁଜ) ଆଜି ଚାଷୀ ମୁଲିଆ ସଂଘ ପକ୍ଷରୁ 9 ଦଫା ଦାବିରେ ପ୍ରାୟ ଶତାଧିକ ଲୋକ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଅତିରିକ୍ତ ତହସିଲଦାର ମିନାକ୍ଷୀ ଦାସଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି l ଚାଷୀ, ଭାଗଚାଷୀ ଓ ଭୂମିହୀନ ମାନଙ୍କୁ ବାତ୍ୟା ବୁଲବୁଲରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ତୁରନ୍ତ ଚି଼ହ୍ନଟ କରିବା, ଭୂମିହୀନଙ୍କୁ ସ୍ୱତନ୍ତ୍ର ପେକେଜ ଯୋଗାଇବା ସହ ଘର ଡ଼ିହ ପଟ୍ଟା ଯୋଗାଇବା , ଏକର ପିଛା କୋଡିଏ ହଜାର ଟଙ୍କା ଦେବା, କୃଷି ଋଣ ସମ୍ପୂର୍ଣ ଛାଡ଼ କରିବା,ମୋ କୁଡ଼ିଆ ଓ ପକ୍କା ଗୁହାଳ ଘର ଯୋଗାଇବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ମୁଗ, ବିରି, ବିହନ, ସାର ମାଗଣାରେ ଯୋଗାଇବା ଭଳି ଦାବୀ ନେଇ ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

Report- R Nayak

Related Posts

About The Author

Add Comment