ଚାଲିଲା ନୂଆ ଟ୍ରେଣ୍ଡ “ଅଭିନନ୍ଦନ କଟ”: ମାଗଣାରେ ହେଲା ୬୫୦ ଜଣଙ୍କର କଟିଙ୍ଗ

Spread the love
ବାଙ୍ଗାଲୁରୁ ସେଲୁନ ଚଳାଉଥିବା ଜଣେ ଯୁବକ ନିଜ ସେଲୁନରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ଷ୍ଟାଇଲରେ ୬୫୦ ଜଣଙ୍କ ନିଶ କାଟିଛନ୍ତି | ଏହାସହ ଅଭିନନ୍ଦନଙ୍କ ଭଳି ହେୟାର ଷ୍ଟାଇଲ ମଧ୍ୟ କରିଛନ୍ତି | ସେ ପୁଣି ମାଗଣାରେ | ମହାରାଷ୍ଟ୍ରର କୋଲ୍ହାପୁରରେ ମଧ୍ୟ ଜଣେ ସେଲୁନ ଯୁବକ ମାଗଣାରେ ଅଭିନନ୍ଦନଙ୍କ ଷ୍ଟାଇଲରେ ନିଶ ଏବଂ ଚୁଟି କାଟିଛନ୍ତି

ବାଙ୍ଗାଲୁରୁର ନାନେସ ହେୟାର ସେଲୁନ ଏଣ୍ଡ ସ୍ପା ସେଣ୍ଟରର ହେୟାର ଡିଜାଇନର ଲୋକଙ୍କ ଏହିଭଳି ଚୁଟି କାଟିଛନ୍ତି | ଅଭିନନ୍ଦନଙ୍କ ଲୋକପ୍ରିୟତାକୁ ଦେଖି ସେ ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଦିନ ପାଇଁ ଅଭିନନ୍ଦନଙ୍କ ଷ୍ଟାଇଲର ଚୁଟି ଏବଂ ନିଶ ସେ ମାଗଣାରେ କାଟିବେ |

ଏଭଳି କରି ସେନାର କାର୍ଯ୍ୟ ଏବଂ ସେବା ବିଷୟରେ ଲୋକଙ୍କୁ ଜଣାଇବାକୁ ସେ ପ୍ରେରଣା ଯୋଗାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |

ଅପରପକ୍ଷରେ କୋଲ୍ହାପୁରର ରାଜରାମପୁରୀ ଅଂଚଳରେ ଜଣେ ସେଲୁନ ଅଭିନନ୍ଦନଙ୍କ ଷ୍ଟାଇଲରେ ଚୁଟି ଏବଂ ନିଶ କାଟିବା ପାଇଁ ଇଛା କରୁଥିବା ଲୋକଙ୍କ ପାଇଁ ମାଗଣା ସେବା ଯୋଗେଇ ଦେଇଛନ୍ତି | ଅଭିନନ୍ଦନ ଏବେ ଦେଶ ପାଇଁ ହିରୋ ସାଜିଛନ୍ତି |

ମିଗ-୨୧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରି ପାକିସ୍ତାନରେ ୨ ଦିନ ବନ୍ଦୀ ରହିବ ପରେ ମୁକ୍ତ ହୋଇ ନିଜ ଦେଶକୁ ଫେରିଛନ୍ତି ଭାରତର ସିଂହମ | କୋଲ୍ହାପୁରର ଧନଞ୍ଜୟ ଭାଲେକର ସେଲୁନ ବାହାରେ ଏକ ବୋର୍ଡ ଲଗାଇ ଅଫର ସମ୍ପର୍କରେ ଲୋକଙ୍କୁ ଜଣାଇଛନ୍ତି | କୋଲ୍ହାପୁରର ଅନେକ ଯୁବକ ଅଭିନନ୍ଦନଙ୍କ ଭଳି ଚୁଟି ଏବଂ ନିଶ କାଟିଛନ୍ତି |

Related Posts

About The Author

Add Comment