ଭୁବନେଶ୍ୱର, ୦୯/୦୨ (ସନ୍ଧାନ ନିୟୁଜ) : ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୁଳ-ପୁରୀ ନୂଆ ମେମୁ ଟ୍ରେନ୍ ଚଳାଚଳ କରିବ। ଫେବୃୟାରୀ ୧୨ ତାରିଖରୁ କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍ ମେମୁ ଟ୍ରେନ୍ ଭାବେ ପରିଗଣିତ ହେବ। ଏଥିରେ ୧୬ଟି ବଗି ରହିବ। ଅଧିକ ଯାତ୍ରୀଙ୍କ ସମୟାନୁବର୍ତ୍ତୀ ପରିବହନ ପାଇଁ ପୂର୍ବତଟ ରେଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ ମେନ୍ଲାଇନ୍ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (ମେମୁ) ଟ୍ରେନ୍ ଭାରତୀୟ ରେଳ ପକ୍ଷରୁ ସେମିଅର୍ବାନ୍ ଓ ଗ୍ରାମୀଣ କ୍ଷେତ୍ରରେ ଚଳାଚଳ କରିବା ପାଇଁ ନିର୍ମିତ ହୋଇଛି। ଏହି ଟ୍ରେନ୍ରେ ଏୟାର୍ ସ୍ପ୍ରିଙ୍ଗ୍ ସହିତ ସେକେଣ୍ଡାରି ସସ୍ପେନସନ୍ ଲାଗିଥିବାରୁ ସାଧାରଣ ପାସେଞ୍ଜର୍ ଟ୍ରେନ୍ ଅପେକ୍ଷା ଯାତ୍ରା ଅଧିକ ସୁଖଦ ଓ ଆରାମଦାୟକ ହେବ। ଡିଜେଲ୍ ଚାଳିତ ପାସେଞ୍ଜର୍ ଟ୍ରେନ୍ ତୁଳନାରେ ମେମୁ ଟ୍ରେନ୍ର ବଗି ଗୁଡ଼ିକ ଅଧିକ ପ୍ରଶସ୍ତ। ଏହି ଟ୍ରେନ୍ର ପ୍ରତି ବଗିରେ ୮୦ ଜଣ ଯାତ୍ରୀ ବସିପାରିବେ।