କନ୍ଧମାଳ,24/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ଏକ ମାମଲାର ତଦନ୍ତ ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଳିପଙ୍ଗା ଛକରେ ବସକୁ ଅପେକ୍ଷା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ତନଖୀ ବେଳେ ସେମାନଙ୍କଠାରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣକୁ ମଧ୍ୟ ଗିରଫ କରିଛି । ୨ଟି ଅଖାରେ କେଜିକିଆ ପ୍ୟାକେଟ୍ କରି ସେମାନେ ଚାଲାଣ ପାଇଁ କାଳିପଙ୍ଗା ଛକରେ ଅପେକ୍ଷା କରିଥିବା ବେଳେ ପୁଲିସ୍ ସନ୍ଦେହରେ ପଚରା ଉଚରା କରିଥିଲା। ଗିରଫମାନେ ହେଲେ କାଳିପଙ୍ଗା ଅଞ୍ଚଳର ପାଇକ ସାହୁ ଓ ପଲସପଦର ଗ୍ରାମର ବିଦୂର ନାୟକ ବୋଲି ଅବକାରୀ ଏସ୍ଆଇ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଏନେଇ କେସ ନଂ ୭ା୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଚାଲାଣକାରୀକୁ ଦେବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଗଞ୍ଜେଇ ଜବତ, ୨ ଗିରଫ
|
December 25, 2020 |



