ଚାରି ବର୍ଷ ମଧ୍ୟରେ ପିଆଜ ଦର ସବୁଠୁ ମହଙ୍ଗା

Spread the love

ନୂଆଦିଲ୍ଲୀ, ୨୩/୯ (ସନ୍ଧାନ ନିଉଜ) : ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଥିବା ପିଆଜ ଦର ଗତ ଚାରି ବର୍ଷ ମଧ୍ୟରେ ସବୁଠୁ ଅଧିକ ବୋଲି ଜଣାପଡ଼ିଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ଖୁଚୁରା ବଜାରରେ ପିଆଜ ଦର ୨୫% ବଢ଼ି କିଲୋପିଛା ୬୦ ରୁ ୮୦ ଟଙ୍କା ମଧ୍ୟରେ ବିକ୍ରୟ ହେଉଛି। କିଲୋପିଛା ପାଇକାରୀ ଦର ରହିଛି ୩୫-୫୦ ଟଙ୍କା।

ଓଖ୍‌ଲା ମଣ୍ଡିର ପିଆଜ ବ୍ୟବସାୟୀ ହାଜି ୟମୀନ୍‌ କହନ୍ତି: ଯୋଗଣ କମ୍‌ ଥିବାରୁ ପିଆଜ ଦର ବଢ଼ିଛି। ଯୋଗାଣ ଠାରୁ ଚାହିଦା ପ୍ରାୟ ୧. ୫ ଗୁଣା ଅଧିକ ଥିବାରୁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ପିଆଜ ମହଙ୍ଗା ହେଉଛି। ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷାଯୋଗୁଁ ପିଆଜ ଫସଲ ଉଜୁଡ଼ି ଯାଇଛି, ବିଶେଷକରି କର୍ଣ୍ଣାଟକରେ। ଏଇ କାରଣରୁ ଦେଶର ଉତ୍ତର ଭାଗକୁ ପିଆଜ ଯୋଗାଣ ହ୍ରାସ ପାଇଛି। ଫସଲ ଉଜୁଡ଼ି ଯିବା ଛଡ଼ା, ବଜାରକୁ ବିଳମ୍ବରେ ନୂଆ ପିଆଜ ଆସିବା ମଧ୍ୟ ଦର ବୃଦ୍ଧିର ଅନ୍ୟତମ କାରଣ। ଯଦି ପିଆଜ ଯୋଗାଣ ନ ବଢ଼େ ଆଗାମୀ ମାସେ ଯାଏଁ ଏହି ପରିସ୍ଥିତି ଲାଗିରହିବ। ଦର ମଧ୍ୟ ଆହୁରି ବୃଦ୍ଧି ପାଇବ।

କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟ ଆଦି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାରୁ ପିଆଜ ଫସଲ ଓ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେଲା।

Related Posts

About The Author

Add Comment