ଚାନ୍ଦବାଲି, 30/05/2021 (ସନ୍ଧାନ ନ୍ୟୁଜ୍) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଚାରୋଟି ପଞ୍ଚାୟତ ଆରଡ଼ି, ନାନ୍ଦପୂର, ଓଲଗ, ସୁନ୍ଦରପୁର ବାତ୍ୟା ୟାସ୍ ର କ୍ଷୟ କ୍ଷତ ଆକଳନ କରାଯାଇ ଶେଷରେ ଏହି ଚାରୋଟି ପଞ୍ଚାୟତ ରେ ଅଞ୍ଚଳ ବାସୀ ବାତ୍ୟା ରିଲିଫ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ବାତ୍ୟା ୟାସ୍ ର ନଦୀ ପାଖିଆ ଗାଁ ଗୁଡିକ ରେ ବହୁତ୍ କ୍ଷୟ କ୍ଷତି ହୋଇଥିଲେ ମଧ୍ୟ ଆଜି ଯାଏ କୌଣସି ପ୍ରଶାସନ ପକ୍ଷରୁ ରିଲିପ ପାଇ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି। ସିତ ଳ ପୂର୍, ପାଲଟ ପୁର, ମୁଆଁ, ବତୋ ଳ ଆଦି ଗାଁ ଗୁଡ଼ିକ ର ଶହ ଶହ ଲୋକେ ବାତ୍ୟା ୟାସ ଯୋଗୁ ବାତ୍ୟସ୍ଥଳି କୁ ସ୍ଥାନାନ୍ତରତ ହୋଇଥିଲେ। ଆଦି ଗ୍ରାମ ଗୁଡିକରେ ବହୁ ଚାଷ ଜମି ଆଜି ଯାଏ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ରେ ଜଳବନ୍ଦୀ ହୋଇଥିଲେ ମଧ୍ୟ ପ୍ରଶାସନ ପାଖରେ କୌଣସି ହିସାବ ନଥିବା ଜଣାପଡିଛି। ବାତ୍ୟା ସ୍ଥଳି ର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସହ ଗାଈ ଗୋରୁଙ୍କ ପାଇଁ କୁଣ୍ଡା ବଣ୍ଟା ଯାଇଥିଲେ ମଧ୍ୟ ରିଲିଫ ପାଇବାରୁ ଏହି ଅଞ୍ଚଳ ବାସି ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହା ନେଇ ଅଞ୍ଚଳ ବାସି ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଏବଂ ରିଲିଫ ପାଇବା ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି।
ଚାରି ପଞ୍ଚାୟତ ରିଲିଫ୍ ପାଇବାରୁ ରୁ ବଞ୍ଚିତ
|
May 30, 2021 |