ଭଦ୍ରକ,୧୨/୮(ସନ୍ଧାନ ନିଉଜ) : ଦୀର୍ଘ ଚାରିବର୍ଷ ହେବ ଅର୍ଥ ଦେଣନେଣ ନେଇ ବିବାଦ ଲାଗିରହିଥିଲା । ବାରମ୍ବାର ଉଭୟ ସାଙ୍ଗଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିବା ବେଳେ କୌଣସି ପ୍ରକାର ସମାଧାନ ହୋଇପାରୁ ନଥିଲା । ଧିରେଧିରେ ଘଟଣା ଶତ୍ରୁତାରେ ଘନିଭୂତ ହୋଇ ଖରାପ ଦିଗକୁ ଗତି କରୁଥିଲା । ଯାହାନେଇ ଥାନାରେ ଆଶ୍ରୟ ନେବାପରେ ଆଜି ଥାନାଧିକାରିଣୀଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା । ଉଭୟପକ୍ଷ ଅର୍ଥ ଦେଣନେଣ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଭଦ୍ରଲୋକ ସମସ୍ତ ବିଷୟ ଅବଗତ ହେବାପରେ ମତାମତ ରଖିଥିଲେ । ଯାହାନେଇ ସମାଧାନର ଏକ ସୁନ୍ଦର ବାଟ ଫିଟିଥିଲା । ଯାହାଉପରେ ଉଭୟପକ୍ଷ ରାଜି ହୋଇଯାଇଥିଲେ । ଘଟଣା ଅନୁଯାୟୀ ୨୦୧୬ ମସିହାରେ ପୁରୁଣାବଜାର ଅଂଚଳର ହରଗୋବିନ୍ଦ ଗୁପ୍ତାଙ୍କ ପୁତ୍ର ସୌରଭ ଗୁପ୍ତା ଚରମ୍ପା ଅଂଚଳର ସାଙ୍ଗ ମଦନଲାଲ ଅଗ୍ରାୱାଲଙ୍କ ପୁତ୍ର ଗୀରିଧାରୀ ଲାଲ ଅଗ୍ରୱାଲଙ୍କ ଠାରୁ ୯ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ । ମାସକୁ ମାସ ଶୁଝିଦେବେ କଥାଦେଇ ଦୁଇମାସ ପରେ ଆଉ ଦେଇନଥିଲେ । ବାରମ୍ବାର ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ଘଟିବା ପରେ ଗିରିଧାରୀ ଟଙ୍କା ପାଇପାରୁନଥିବା କହିଛନ୍ତି । ଏଥିନେଇ ଦୁଇଦିନ ତଳେ ଚରମ୍ପାରେ ଗଣ୍ଡଗୋଳ ଲାଗି ଉଭୟ ଥାନାର ଆଶ୍ରୟ ନେଇଥିଲେ । ଥାନାଧିକାରୀଣୀ ସରୋଜିନୀ ସିଂ ସମସ୍ତ ବିଷୟ ଶୁଣିବା ପରେ ଭଦ୍ରଲୋକଙ୍କ ମତାମତକୁ ସମ୍ମାନ ଜଣାଇ ସୌରଭ ଏଭଳି ଭୁଲ ନକରିବାକୁ କହିଥିଲେ ଏବଂ ଏହି ସମାଧାନର ବାଟ ସୁନ୍ଦର ବୋଲି କହିଥିଲେ । ତେବେ ଏଭଳି ବଡ଼ ବଡ଼ ବିବାଦ ଦୀର୍ଘଦିନ ହେବ ଲାଗିରହିଥିବା ବେଳେ ଥାନାରେ ଖୁବ୍ ସହଜରେ ସମାଧାନ ହେବା ଦ୍ୱାରା ଗରିବ ଲୋକେ ନ୍ୟାୟ ପାଇପାରୁଥିବା ଆଲୋଚନା ହେଉଛି । ଏହି ଘଟଣାରେ ଭଦ୍ରଲୋକ ଭାବେ ଭଦ୍ରକ ବାର୍ ଆସୋସିଏସନର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ବିଜେଡ଼ି ଯୁବନେତା ରଂଜନ ଜେନା, ଆଇନ୍ଜୀବୀ ଗୋପବଂଧୁ ଦାସ, ଆଇନଜୀବୀ ରତ୍ନାକର ବାରିକ ଉପସ୍ଥିତ ଥିଲେ ।
Report Ramesh Nayak
Attachments area



