ଚାରା ରୋପଣ କଲେ ଭିଏସପିର ଛାତ୍ରଛାତ୍ରୀ

Spread the love

ରାଉରକେଲା,୮/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଦକ୍ଷିଣ ରାଉରକେଲାର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ(ଭିଏସପି)ରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିଦେ୍ର୍ଦଶକ ସରୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାା ଛାତ୍ରଛାତ୍ରୀ ମାନେ ଏକତ୍ରୀତ ହୋଇ ଚାରାରୋପଣ କରିତôଲେ । ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲୀ ଥାନାଧିକାରୀ ଲକ୍ଷ୍ମୀଧର ବେହେରା ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକମକୁ ଶୁଭ ଉଦ୍ଘାଟନ କରିଥିଲେ । ସେ କହିଲେ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଗୁରୁତ୍ୱ ଅଧିକ ରହିଛି । ଏଥିପାଇଁ ଅଧିକରୁ ଅଧିକ ସଚେତନତା ଦରକାର । ମଣିଷ ଏବଂ ବୃକ୍ଷ ମଧ୍ୟରେ ରହିଥିବା ନିବିଡ଼ତା ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ଼ାକ୍ତର ରାହାସ ବିହାରୀ ମହାପାତ୍ର,ଡ଼ାକ୍ତର ଅକ୍ଷୟ ସାମଲ, ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି.ପି.ରାୟ,ଚିନ୍ମୟ ଟେକନିକାଲର ନିଦେ୍ର୍ଦଶକ ତ୍ରିନାଥ ଦାସମୋହିନୀ,ଉକôଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ପରିଡ଼ା,ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ,ସୃଜନୀ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ରବିନ୍ଦ୍ର ବେହୁରିଆ,ସେକ୍ଟର ୨୨ଏେମ୍ପେଲୋଇଜ ୱେଲଫେୟାର ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ,ସାମାଜିକ କର୍ମୀ ସମାଇ ସୋରେନ, ସାମ୍ବାଦିକ ସୁବୋଧ ନାୟକ,ରାଜ କିଶୋର ଭଂଜ ଯୋଗ ଦେଇଥିଲେ । ଅତିଥି ମାନେ ବୃକ୍ଷ ରୋପଣର ଉପକାରିତା ଓ ତାର ଯତ୍ନ କିପରି ନେବେ ଛାତ୍ରଛାତ୍ରୀମାନଙ୍କୁ କହିବା ସହ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଆସ୍ତିକ ବାରିକ,ସତେନ୍ଦ୍ର କୁମାର ସିଂ,ରବି ନାରାୟଣ ମିଶ୍ର,ଦେବାଶିଷ ଦାଶ,ସୁନୀଲ ସାମଲ, ଚନ୍ଦ୍ର ଶେଖର ମୁନୀ, ସୁକନାଥ ବିଶୋଇ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Posts

About The Author

Add Comment